୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଓ ଉପାଧ୍ଯକ୍ଷଙ୍କ ନାମ

ପୂର୍ବତନ ଜିଲ୍ଲାପରିଷଦ ସଭାପତି ମମିତା ନାଏକ ହେଲେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ଅଧ୍ୟକ୍ଷା, ମାନସ ନାଏକ ଉପାଧ୍ଯକ୍ଷ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟର ୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଓ ଉପାଧ୍ଯକ୍ଷ ପଦ ଆଜି ଘୋଷଣା ହୋଇଛି। ପୂର୍ବତନ ଜିଲ୍ଲାପରିଷଦ ସଭାପତି ମମିତା ନାଏକ ହେଲେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ଅଧ୍ୟକ୍ଷା, ମାନସ ନାଏକ ଉପାଧ୍ଯକ୍ଷ । ଅନୁଗୁଳରେ ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମଣି ଛତର (ଉପାଧ୍ୟକ୍ଷ), ବଲାଙ୍ଗିରରେ ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ), ବାଲେଶ୍ୱରରେ ବିପିନ୍‌ ମାରାଣ୍ଡି (ଅଧ୍ୟକ୍ଷ), ଝରଣା ସିଂ (ଉପାଧ୍ୟକ୍ଷ), ବରଗଡରେ ଗୋବର୍ଦ୍ଧନ ଭୋଏ (ଅଧ୍ୟକ୍ଷ), ତିଳତ୍ତୋମା ଭୁଏ (ଉପାଧ୍ୟକ୍ଷ), ବୌଦ୍ଧରେ ଡମରୁ ଧର କହଁର (ଅଧ୍ୟକ୍ଷ), ଝରଣା ଜାନି (ଉପାଧ୍ୟକ୍ଷ), ଦେବଗଡରେ ପ୍ରଶାନ୍ତ ବେହେରା (ଅଧ୍ୟକ୍ଷ), ପ୍ରମିଳା କିଶାନ (ଉପାଧ୍ୟକ୍ଷ) ହୋଇଛନ୍ତି।

    ସେହିପରି ଢେଙ୍କାନାଳରେ ନାଉରି ସିଂ (ଅଧ୍ୟକ୍ଷ), ସେବତୀ ଭୋଇ (ଉପାଧ୍ୟକ୍ଷ), ଗଜପତିରେ କାମଦେବ ବଡ଼ନାୟକ (ଅଧ୍ୟକ୍ଷ), ପଙ୍କଜିନୀ ଦଳାଇ (ଉପାଧ୍ୟକ୍ଷ), ଗଞ୍ଜାମରେ ନୀଳମାଧବ ପାତ୍ର (ଅଧ୍ୟକ୍ଷ), ଲଳିତା ପ୍ରଧାନ (ଉପାଧ୍ୟକ୍ଷ), ଯାଜପୁରରେ ରାଜେନ୍ଦ୍ର କାନ୍ଦୁଲିଆ (ଅଧ୍ୟକ୍ଷ), ଶାନି ଜରିକା (ଉପାଧ୍ୟକ୍ଷ), ଝାରସୁଗୁଡ଼ାରେ ସାମଲ ନାଏକ (ଅଧ୍ୟକ୍ଷ), ସଂଯୁକ୍ତା ଓରାମ (ଉପାଧ୍ୟକ୍ଷ), କଳାହାଣ୍ଡିରେ ବିଜୟ ଦିଶାରୀ (ଅଧ୍ୟକ୍ଷ), ରୀନା ଭୋଇ (ଉପାଧ୍ୟକ୍ଷ), କନ୍ଧମାଳରେ ମାନଗୋବିନ୍ଦ ପ୍ରଧାନ (ଅଧ୍ୟକ୍ଷ), କଳ୍ପନା କହଁର (ଉପାଧ୍ୟକ୍ଷ) ହୋଇଛନ୍ତି ।

    କୋରାପୁଟରେ ଭଗବାନ ମୁଦୁଲି (ଅଧ୍ୟକ୍ଷ), ସୁକାନ୍ତି ମାଝୀ (ଉପାଧ୍ୟକ୍ଷ), ମାଲକାନଗିରିରେ ଗଙ୍ଗାଧର ସୋଡ଼ି (ଅଧ୍ୟକ୍ଷ), ସାବିତ୍ରୀ ପଡ଼ିଆମି (ଉପାଧ୍ୟକ୍ଷ), ମୟୂରଭଞ୍ଜ- ବୁଧାନ ମୁର୍ମୁ (ଅଧ୍ୟକ୍ଷ), କୌଶଲ୍ୟା ନାଏକ (ଉପାଧ୍ୟକ୍ଷ), ନବରଙ୍ଗପୁର- ବାସନ୍ତୀ ମାଝି (ଅଧ୍ୟକ୍ଷ), ଲିଙ୍ଗରାଜ ଭତ୍ରା (ଉପାଧ୍ୟକ୍ଷ), ନୟାଗଡ଼- ତ୍ରିନାଥ ମଲ୍ଲିକ (ଅଧ୍ୟକ୍ଷ), ସମିତା ଦେହୁରୀ (ଉପାଧ୍ୟକ୍ଷ), ନୂଆପଡ଼ା- ହୋମେସିଂ ମାଝୀ (ଅଧ୍ୟକ୍ଷ), ବେଲାମତି ମାଝୀ (ଉପାଧ୍ୟକ୍ଷ), ରାୟଗଡ଼ା- ବିଦ୍ୟାଧର ଶବର (ଅଧ୍ୟକ୍ଷ), ମଞ୍ଜୁଳା ମିନିଆକା (ଉପାଧ୍ୟକ୍ଷ), ସମ୍ବଲପୁର- ଭଗିନ୍ଦ୍ର କିଶାନ (ଅଧ୍ୟକ୍ଷ), ସୁଷମା ମୁଣ୍ଡା (ଉପାଧ୍ୟକ୍ଷ) ସୁନ୍ଦରଗଡ଼- ସନ୍ତୋଷ ଅମାତ (ଅଧ୍ୟକ୍ଷ), ଗାଙ୍ଗି କିଣ୍ଡୋ (ଉପାଧ୍ୟକ୍ଷ) ଭାବେ ରାଜ୍ୟ ସରକାର ଆଜି ନାମ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *