ବିଜେପି ପ୍ରତିଷ୍ଠା ଦିବସ ଅବସରରେ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭାପତି ମମିତା ନାଏକଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ( Special Development Council )ର ଅଧ୍ୟକ୍ଷା ଏବଂ ମାନସ ନାଏକଙ୍କୁ ଉପାଧକ୍ଷ ଭାବେ ନିଯୁକ୍ତି ଘୋଷଣା କରାଯାଇଥିବାରୁ ସାଂସଦ ଅନନ୍ତ ନାୟକ ଉଭୟଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି । ଏହି ନିଯୁକ୍ତି ପାଇଁ ସାଂସଦ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ( ସଙ୍ଗଠନ) ମାନସ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହିତ ଅନ୍ୟ ୨୨ଟି ଜିଲ୍ଲାର ନବନିଯୁକ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଓ ଉପାଧ୍ଯକ୍ଷ ମାନଙ୍କୁ ମଧ୍ୟ ସାଂସଦ ଶ୍ରୀ ନାୟକ ଅଭିନନ୍ଦନ ଜଣାଇଛନ୍ତି।
ନବନିଯୁକ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷାଙ୍କୁ ସାଂସଦଙ୍କ ଶୁଭେଛା
