୨୦ରେ ମାଟ୍ରିକ ମେଧାବୀଙ୍କୁ ସମ୍ବର୍ଦ୍ଧିତ କରିବ ‘ସହାୟତା’

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଶିକ୍ଷା, ଶିକ୍ଷାନୁଷ୍ଠାନ ଓ ସମାଜସେବା ସହିତ ଜଡିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ସହାୟତା’ କେନ୍ଦୁଝର ଜିଲ୍ଲା ମାଟ୍ରିକ ପରୀକ୍ଷା-୨୦୨୬ରେ ଉତ୍ତମ ଫଳାଫଳ ପ୍ରଦର୍ଶନ କରିଥିବା ପ୍ରଥମ ୧୦ ଜଣଙ୍କ ସମେତ ବ୍ଲକ ତଥା ପୌରାଞ୍ଚଳର ଶ୍ରେଷ୍ଠ ଛାତ୍ରଛାତ୍ରୀ ତଥା ସମ୍ପୃକ୍ତ ପ୍ରଧାନଶିକ୍ଷକ ମାନଙ୍କୁ ସବୁବର୍ଷ ପରି ଚଳିତବର୍ଷ ଆସନ୍ତା ୨୦ ତାରିଖରେ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝରରେ ପୂର୍ବାହ୍ନ ୧୦ଟା ୩୦ ମି.ରେ ସମ୍ବର୍ଦ୍ଧିତ କରିବାକୁ ସ୍ଥିର ହୋଇଛି।

    ଏହି ପରିପ୍ରେକ୍ଷୀରେ ସଙ୍ଗଠନର ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ସଭାପତିତ୍ୱରେ ଶିକ୍ଷକ ଭବନ କେନ୍ଦୁଝର ଠାରେ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଏକ ଆୟ ବ୍ୟୟ ଅଟକଳ ଉପସ୍ଥାପନ କରିବା ସହ ବିଭିନ୍ନ କମିଟି ଗଠନ ପ୍ରସ୍ତାବ ଆଗତ କରିଥିଲେ। କୋଷାଧ୍ୟକ୍ଷ ମଦନ ମୋହନ ଦ୍ୱିବେଦୀ ବିଗତ ବର୍ଷର ଆୟବ୍ୟୟ ସମ୍ପର୍କରେ ସୂଚନା ଦେଇଥିଲେ । ଏ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଗଲା।

    ସଭାରେ ଚିନ୍ତାମଣି ଜେନା, କ୍ଷୀରୋଦ କୁମାର ରାଉତ, ବାବୁଲାଲ ପ୍ରଧାନ, କାଶିନାଥ ମହାନ୍ତ, ନଳିନୀ ଚନ୍ଦ୍ର ଘଣା, ପ୍ରସନ୍ନ କୁମାର ପରିଡ଼ା, ବସନ୍ତ କୁମାର ଦାନୀ, ଭାଗିରଥି ଗିରି, ସୁଶୀଲ କୁମାର ନାୟକ, ଗୌରହରି ଗିରି, ରବିନାରାୟଣ ସାହୁ, ସୁଧାକର ପଣ୍ଡା, ମନ୍ମଥ କୁମାର ମହାନ୍ତ, ରଘୁନାଥ ବେହେରା, ଲମ୍ବୋଦର ମହାନ୍ତ , ହିରଣ୍ୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ୨୦ ତାରିଖ ଅନୁଷ୍ଠିତ ହେବାକୁ ଥିବା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କିଭଳି ସୁଗରୁରୂପେ ସମ୍ପର୍ଣ୍ଣ ହେବ ସେ ସମ୍ପର୍କରେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *