ହାତୀପଲ ଆକ୍ରମଣ ଓ ଭିଡ଼ିଓ ଉତ୍ତୋଳନ ମାମଲାରେ ୪ ଗିରଫ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳରେ ହାତୀପଲକୁ ଅତି ନିକଟରୁ ଚିଡ଼ାଇବା, ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧମରେ ପ୍ରସାରଣ କରିବା ଏବଂ ବନ୍ୟପ୍ରାଣୀକୁ ବିଭିନ୍ନ ସମୟରେ ଉଦ୍ଦେଶ୍ୟମୂଳକ ହଇରାଣ ଘଟଣାରେ କେନ୍ଦୁଝର ବନ ବିଭାଗ ମଙ୍ଗଳବାର ରାତିରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲଂଘନ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ କେନ୍ଦୁଝର ଧନରାଜ ଏଚ୍.ଡି ଗମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ।

    ବନ୍ୟପ୍ରାଣୀଙ୍କ ସହ ଏଭଳି ଦାୟିତ୍ଵହୀନ ଆଚରଣ ନିଜ ଜୀବନ ପାଇଁ ବିପଦପୂର୍ଣ୍ଣ ଥିବା ସହ ମଣିଷ-ହାତୀ ସଂଘର୍ଷ ଘଟି ଉଭୟଙ୍କ ଜୀବନହାନୀ  ଉଦବେଗର ବିଷୟ ବୋଲି ଡିଏଫଓ କହିଛନ୍ତି । ଏହି ମାମଲାରେ ବନ ବିଭାଗ ଘଟଗାଁ ଥାନା ଘୁଣ୍ଟୁଝରୀ ଗ୍ରାମର ଦୀପକ ମହାକୁଡ, ଚିନାମାଳିପଶି ଗ୍ରାମର ଦୁଷ୍ମନ୍ତ ବେହେରା,  ପୋଡାଡିହା ଗ୍ରାମର ଜଗନ କୁମାର ବାରିକ ଓ ହରିଚନ୍ଦନପୁର ଥାନା ବଡସିଆଡିମାଳ ଗ୍ରାମର ଆକାଶ କୁମାର ମହାନ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଛି ।

     ଏହି ଘଟଣାରେ ସାମିଲ ଚମ୍ପୁଆ ଅଞ୍ଚଳର ୩ ଜଣ ଯୁବକଙ୍କୁ ବନ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ଗିରଫ ଉଦ୍ୟମ ଜାରି ରହିଥିବା ବେଳେ ଏମାନେ ସମସ୍ତେ ଫେରାର ଥିବା ଡିଏଫଓ କହିଛନ୍ତି । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଡ୍ରୋନ୍, ୪ ମୋବାଇଲ୍ ଫୋନ୍ ଏବଂ ଗୋଟିଏ ବାଇକକୁ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *