ପ୍ରମୋଦ ପଟ୍ଟନାୟକ କେନ୍ଦୁଝର ବିଜେଡିର କାର୍ଯ୍ୟକାରୀ ସଭାପତି

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଦଳରେ ଥିବା ବିଭିନ୍ନ ପଦବୀ ପାଇଁ ନୂତନ ନିଯୁକ୍ତି ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦୁଝର ବିଜେଡିର ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

               ଆନନ୍ଦପୁର  ବିଧାୟକ ଅଭିମନ୍ଯୁ ସେଠୀ

      ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଓ ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜୟ ସିଦୁଙ୍କୁ ସାଧାରଣ ସମ୍ପାଦକ ଏବଂ ଆନନ୍ଦପୁର ନିର୍ବାଚନମଣ୍ଡଳୀ ପାଇଁ ରତିକାନ୍ତ ରାଉତଙ୍କୁ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ଶ୍ରୀ ରାଉତ ହାଟଡିହି ବ୍ଲକର ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବା ସହ ଦୀର୍ଘଦିନ ଧରି ଦଳ ସହିତ ସକ୍ରିୟ ଭାବେ ଜଡିତ ରହିଛନ୍ତି।

               ଆନନ୍ଦପୁର ଉପାଧ୍ଯକ୍ଷ ରତିକାନ୍ତ ରାଉତ

   ସମସ୍ତ ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଅଭିଜ୍ଞତା ଓ ସଙ୍ଗଠନ ଦକ୍ଷତାକୁ ଦେଖି ଦଳ ସେମାନଙ୍କୁ ଏହି ଦାୟିତ୍ୱ ଦେଇଛି ବୋଲି କୁହାଯାଉଛି। ସମସ୍ତ ନବ ନିଯୁକ୍ତ ନେତାଙ୍କୁ ନେଇ ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *