ଲାଞ୍ଚୁଆ ଡିଏଲଓଙ୍କ ଘରୁ ୭.୨୯ ଲକ୍ଷ ଟଙ୍କା ଜବତ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କ ବିରୋଧରେ ଲାଞ୍ଚ ମାମଲାରେ ଓଡ଼ିଶା ଭିଜିଲାନ୍ସର ତଦନ୍ତ ଜାରି ରହିଛି। ଗତକାଲି ଜଣେ ବିଦ୍ୟୁତ ଠିକାଦାରଙ୍କଠାରୁ ତାଙ୍କ ଏଜେନ୍ସି ନାମରେ ଶ୍ରମ ଲାଇସେନ୍ସ ପ୍ରଦାନ ପାଇଁ ୨୦୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ  କରିଥିଲା।
      

      ଏହି ଟ୍ରାପ୍ ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ଶ୍ରୀ ବିଶୋଇଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ କରାଯାଇଥିଲା। ତଲାସୀ ସମୟରେ କେନ୍ଦୁଝରସ୍ଥିତ ତାଙ୍କ ସରକାରୀ ବାସଭବନରୁ ନଗଦ ୭ ଲକ୍ଷ ୨୯ ହଜାର ୨୦୦ ଟଙ୍କା ମିଳିଥିବା ବେଳେ ଭିଜିଲାନ୍ସ ଏହାକୁ ଜବତ କରିଛି। ଏହାସହିତ ପ୍ରାୟ ୩୦୦ ଗ୍ରାମ୍ ସୁନା ଅଳଙ୍କାର ମଧ୍ୟ ତଲାସୀରେ ମିଳିଛି।
ଘଟଣାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *