ସଂରକ୍ଷିତ ଜଙ୍ଗଲରେ ବେଆଇନ ରାସ୍ତା ନିର୍ମାଣ,୫ ଭାରିଯାନ ଜବତ

ଆର୍ସେଲର ମିତ୍ତଲ ଏବଂ ଓଏମଡିସିକୁ ନୋଟିସ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବଡ଼ବିଲ ବନାଞ୍ଚଳ ଅଧିନ ଓଏମଡିସି ଲିଜ୍ ଅଞ୍ଚଳସ୍ଥିତ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପକ୍ଷରୁ ବେଆଇନ ରାସ୍ତା ନିର୍ମାଣ ଖବରପାଇ  ବନ ବିଭାଗ ପକ୍ଷରୁ  ସୋମବାର ମଧ୍ୟାହ୍ନରେ ଚଢଉ କରାଯାଇ ୨ଟି ଏକ୍ସାଭେଟର ଏବଂ ୩ଟି ହାଇଭା ଦ୍ୱାରା ଜମି ଭାଙ୍ଗିବା ସହିତ ସାଲ୍ ପୁନର୍ଜନନ ଏବଂ ସାଲ୍ ଖୁଣ୍ଟିଗୁଡ଼ିକୁ ଉପାଡ଼ିବା କାର୍ଯ୍ୟ କରାଯାଉଛି।

       ବିଶେଷସୂତ୍ରରୁ ସୂଚନା ପାଇବା ପରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି ଘଟଣାସ୍ଥଳରେ ପହଞ୍ଚି ଉପରୋକ୍ତ ଯାନବାହନଗୁଡ଼ିକୁ ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଦେଖିବା ସହ ଜବତ କରିଥିଲେ । ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଙ୍ଗଲ ଜମି ଭାଙ୍ଗିବା ଏବଂ ସାଲ୍ ଗଛ ଓ ଖୁଣ୍ଟି ଉପାଡ଼ିବା ଏକ ଅବୈଧ କାର୍ଯ୍ୟ ଅଟେ ଏବଂ ଏହା ଓଡ଼ିଶା ଜଙ୍ଗଲ ଆଇନ-୧୯୭୨ର ଧାରା ୨୭ ସମେତ ପ୍ରଯୋଜ୍ୟ ଆଇନ ଓ ନିୟମାବଳୀର ଉଲ୍ଲଂଘନ ଅଟେ। ଏହି ପରିପ୍ରେକ୍ଷୀରେ ୨ଟି ଏକ୍ସାଭେଟର ଓ ୩ଟି ହାଇଭାକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି ।

     ଚରଣ ସୋରେନ ଫରେଷ୍ଟର ନାଲଦା ସେକ୍ସନଙ୍କ ନେତୃତ୍ଵରେ ତାରକାନ୍ତ ଜେନା ଫରେଷ୍ଟ ଗାର୍ଡ କାରାଖେଣ୍ଡରା ବିଟ୍, ପ୍ରୋଟେକ୍ସନ ସ୍କ୍ୱାଡ୍ ବଡ଼ବିଲ ରେଞ୍ଜ ବୁଲୁ ବାରିକ, ସରୋଜ କୁମାର ସାହୁ ଓ ସୁଶାନ୍ତ ମହାନ୍ତ ପ୍ରମୁଖ ଏହି ଚଢଉରେ ସାମିଲ ହୋଇଥିଲେ । ଉପରୋକ୍ତ ଘଟଣା ସମ୍ପର୍କିତ ତଥ୍ୟ ଓଡ଼ିଶା ଜଙ୍ଗଲ ଆଇନ-୧୯୭୨ ଏବଂ ଅନ୍ୟାନ୍ୟ ପ୍ରଯୋଜ୍ୟ ଆଇନ ଓ ନିୟମାବଳୀ ଅନୁଯାୟୀ ବେଆଇନ ରାସ୍ତା ନିର୍ମାଣକାରୀ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଓ ଲିଜଧାରୀ ଓଏମଡିସି କମ୍ପାନୀ ବିରୋଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ କରାଯାଇଥିବା ବନଖଣ୍ଡ ଅଧିକାରୀ ଧନାରଜ ଏଚ୍.ଡି ପ୍ରେସ୍ ବିଜ୍ଞପ୍ତିରେ ଏହା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *