ଟ୍ରାକ୍ଟର ଚାପାରେ ବାଇକ୍ ଆରୋହୀ ମୃତ: ଜଣେ ଗୁରୁତର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଟାଉନ ଥାନା ଅଧୀନ ତେଲକୋଇ ବସଷ୍ଟାଣ୍ଡ ନିକଟରେ ଆଜି ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ସୁଧାଂଶୁ ଶେଖର ବାରିକ(୨୩) ଓ ଆହତଙ୍କ ନାମ ହେମସାଗର ମହାନ୍ତ (୨୨) ବୋଲି ଜଣାପଡ଼ିଛି। ମୃତକଙ୍କ ଘର ପାଟଣା ଥାନା ସିଲିଦା ଗ୍ରାମରେ ହୋଇଥିବା ବେଳେ ସେ ସ୍ଥାନୀୟ ଘୁଟୁରୁ ଗ୍ରାମରେ ମାମୁଁ ଘରେ ରହୁଥିଲେ।

     ଗତବର୍ଷ ସରକାରୀ ଇଂଜିନିୟରିଂ କଲେଜରୁ ମାଇନିଂ ଵିଭାଗରେ ଡିଗ୍ରୀ ପାସ କରିଥିଲେ। ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ଦୁଇଜଣ ଏକ ବାଇକ୍ ଯୋଗେ ଧାଙ୍ଗରପଡ଼ା ଆଡୁ ଆସୁଥିବା ବେଳେ ତେଲକୋଇ ବସଷ୍ଟାଣ୍ଡ ନିକଟରେ ଅରୋ ବିହାରକୁ ଯାଉଥିବା ବେଳେ ଏକ ଟ୍ରାକ୍ଟର ସହ ଧକ୍କା ହେଇଥିଲା। ବାଇକରେ ଥିବା ଦୁଇ ଜଣ ପଡ଼ି ଯାଇଥିଲେ ଏବଂ ଟ୍ରାକ୍ଟରଟି ବାଇକକୁ ଚାପି ଦେଇଥିବା ବେଳେ ଦୁଇ ଜଣ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଯାଇଥିଲେ। ଫଳରେ ଦୀର୍ଘ ସମୟ ରାସ୍ତା ଅବରୋଧ ହୋଇ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

Leave a Reply

Your email address will not be published. Required fields are marked *