କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବକେୟା କିସ୍ତି ଟଙ୍କା ଆଦାୟ ନିମନ୍ତେ ମୋଟର ସାଇକେଲ ଯୋଗେ ସଦର ଥାନା ଅଧିନ ଅଲେଖାପଡ଼ା ଗ୍ରାମର ମନୋଜ କୁମାର ମହାନ୍ତ ଏବଂ ବନେଇକଳା ଗ୍ରାମର ତାରିଣୀ ପ୍ରସାଦ ମହାନ୍ତ ବାଂଶପାଳ ବ୍ଲକ ଲୁହାକଳା ଗ୍ରାମକୁ ୨୦୨୫ ମସିହା ଜାନୁଆରୀ ୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟାରେ ଗ୍ରାମର ରାମ ସିଂ ମୁଣ୍ଡା ଘରେ ପହଞ୍ଚିଥିଲେ ।
ବକେୟା କିସ୍ତି ଟଙ୍କା ପ୍ରଦାନ ପାଇଁ ରାମ ସିଂ କୁ କହିଥିଲେ, କିନ୍ତୁ ସେ ଟଙ୍କା ନ ଦେଇ ଝଗଡା କରିଥିଲେ । ଟଙ୍କା ପ୍ରଦାନ ନକରି ଘଣ୍ଟାଏ ଅଟକ ରଖିବା ପରେ ସେ ଜନସେବା କେନ୍ଦ୍ରରୁ ଉଠାଇ ଦେବି ବୋଲି କହିଲା ଏବଂ ଏହି ୨ ଜଣଙ୍କୁ ଆଗରେ ଯିବା ପାଇଁ କହି ରାମ ସିଂ ଓଆର- ୧୯ଡି-୫୫୯୯ ନମ୍ବର ଏକ ବୋଲେରୋ ଧରି ପଛପଟୁ ଶୁକ୍ରା ମୁଣ୍ଡା ସହ ଆସିଥିଲେ। ସାହି ପାଖାପାଖି ଏକ ନିଛାଟିଆ ଜାଗାରେ ହଠାତ୍ ଦୃତଗତିରେ ଆସି କିସ୍ତି ଟଙ୍କା ମାଗିବାକୁ ଆସିଥିବା ଦୁଇ ବାଇକ ଆରୋହୀଙ୍କ ଉପରେ ଗାଡ଼ି ଚଢ଼ାଇ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ବାଇକ ପଛରେ ବସିଥିବା ତାରିଣୀ ପ୍ରସାଦ ମହାନ୍ତ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ମନୋଜ କୁମାର ମହାନ୍ତ ଗୁରୁତର ଆହତ ହୋଇଥିଲେ ।
ଏ ସମ୍ପର୍କରେ ମନୋଜ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ରାମ ସିଂ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଜିଲା ଓ ଦୌରାଜଜ୍ କେନ୍ଦୁଝର ଅଭିଯୁକ୍ତ ରାମ ସିଂ କୁ ଦୋଷୀ ବିଏନଏସର ୧୦୩(୧) ଏବଂ ୧୦୯(୧) ଅନ୍ତର୍ଗତ ଅଭିଯୁକ୍ତ ରାମ ସିଂ ମୁଣ୍ଡାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ବିଏନଏସର ୧୦୩ ଅନ୍ତର୍ଗତ ହତ୍ୟା ଅପରାଧ ପାଇଁ ଆଜୀବନ ଜେଲଦଣ୍ଡ ଓ ୧୦୦୦୦ ଟଙ୍କା ଜରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ବିଏନଏସର ୧୦୯ ଅନ୍ତର୍ଗତ ହତ୍ୟା ଉଦ୍ୟମ ଅପରାଧ ପାଇଁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦୦୦୦ ଟଙ୍କା ଜରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡାଦେଶ କରିଛନ୍ତି।
ଏହା ପ୍ରଥମ ମାମଲା ଯେଉଁଠାରେ ନୂତନ ବିଏନଏସ ଆଇନ କାର୍ଯ୍ୟକାରୀ ହେବା ପରେ କେନ୍ଦୁଝର ଜିଲ୍ଲା ଏବଂ ଓଡ଼ିଶାରେ ଏକ ହତ୍ୟା ମାମଲା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି।ମାମଲାର ଯାଞ୍ଚ ଆରମ୍ଭ ହେବା ମାତ୍ର ୪ ମାସ ମଧ୍ୟରେ ମାମଲାର ବିଚାର ଶେଷ ହୋଇଛି। ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ ।
