କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶୁକ୍ରବାର ସକାଳେ ଥାନାଛକସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ନଗରଭବନ ଠାରେ ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକ ସଂଯୋଜନା କରିଥିଲେ।
ଆୟୋଜିତ ସ୍ମୃତି ସମାବେଶରେ ଅତିଥି ବକ୍ତା ଭାବେ ଧରଣୀଧର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ଅବସରପ୍ରାପ୍ତ ସହକାରୀ ପ୍ରଫେସର ସୁଧାକର ଦାଶ, ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଘଟଗାଁର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଚିତ୍ତରଞ୍ଜନ ମିଶ୍ର ପ୍ରବାଦପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ବୀରତ୍ୱ, ସାହସ ଓ ସ୍ୱାଭିମାନ ସମ୍ପର୍କରେ ଆଲୋଚନା କରିଥିଲେ।
ସ୍ମୃତି ସମାବେଶରେ ବିଜୁ ଜନତା ଦଳ ପୂର୍ବତନ ସଭାପତି ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ପୂର୍ବତନ ଜିଲ୍ଲାପରିଷଦ ସଭାପତି ତଥା ବିଜେଡି ଜିଲ୍ଲା ମହିଳା ଶାଖା ସଭାପତି କମଳିନୀ ପାତ୍ର, କେନ୍ଦୁଝରଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ ଓ ମୀନା ମାଝୀ ମଞ୍ଚାସୀନ ହୋଇ ନିଜର ବକ୍ତବ୍ୟ ପ୍ରଦାନ କରି ବିଜୁ ପଟ୍ଟନାୟକଙ୍କ ଯୋଗୁଁ ଓଡିଶା ଆନ୍ତର୍ଜାତୀୟସ୍ତରରେ ପରିଚୟ ପାଇଛି ବୋଲି ପ୍ରକାଶ କରିଥିଲେ।
ଏହି ସ୍ମୃତି ସମାବେଶରେ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ଜିଲ୍ଲାପରିଷଦ ସଦସ୍ୟ ରଥ ମୁଣ୍ଡା, କେନ୍ଦୁଝର ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସଦର ବ୍ଲକ ସଭାପତି ଚକ୍ରଧର ପରିଡା, ଝୁମ୍ପୁରା ବ୍ଲକ ସଭାପତି ଡ଼ମ୍ବୁରୁ ଧର ଦାସ, ପୂର୍ବତନ ବରିଷ୍ଠ ନେତା ସତ୍ୟବ୍ରତ ନାଏକ, ରକ୍ଷାକର ସାହୁ, ଅଜୟ ଘଡେଇ, ଘନଶ୍ୟାମ ବାରିକ, ଅରୁଣ ମନ୍ତ୍ରୀ, ମଳୟ ପଣ୍ଡା, ଧନୁ ମହାନ୍ତ, ମୁରଲୀ ମହାନ୍ତ, ଟୁକୁ ପଲେଇ, ଯୁବ ନେତା ଟିକିନା ବ୍ରହ୍ମ, ଦେବୁ ପଟ୍ଟନାୟକ, ଟିକୁ ପ୍ରଧାନ, ଜଗଦୀଶ ଆପଟ, ସୁନୀଲ ବାରିକ, ମୁନା ପାଣି, ବାବି ପଟ୍ଟନାୟକ, ରଞ୍ଜନ ବେହେରା, ସୁଶାନ୍ତ ପ୍ରଧାନ, ଅନାଦି ପ୍ରଧାନ, ବାସୁଦେବ ଜେନା, ସୁଶୀପ ସାହୁ, ଅଂଶୁମାନ ଚକ୍ରବର୍ତ୍ତୀ, ସଫିକ ଆନସାରୀ, ଲମ୍ବୋଦର ନାଏକ, ବୁବୁ ସାହୁ, ମହିଳା ନେତ୍ରୀ ପୁନମ କୁମାରୀ, ମଞ୍ଜୁଲତା ମହାନ୍ତି , ସଂଜୁଲତା ସାହୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
