କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ନୂଆଗାଁ ଗ୍ରାମର ବୁଦ୍ଧଦେବ ମହାକୁଡ଼ (୩୫) ନାମକ ଜଣେ ଶ୍ରମଜୀବି ସୋମବାର ଅଂଶୁଘାତରେ ପ୍ରାଣ ହରାଇଛନ୍ତି। ବୁଦ୍ଧଦେବ କାମ ସାରି ଘରକୁ ଫେରୁଥିବା ସମୟରେ ବରବେଡା-ନୂଆଗାଁ ରାସ୍ତାର କାଜୁ ଜଙ୍ଗଲ ନିକଟରେ ତାଙ୍କ ମୁଣ୍ଡ ବୁଲେଇ ଦେବାରୁ ସେ ଖସି ପଡ଼ିଥିଲେ।
ଏହି ଘଟଣା ଆଜି ଅପରାହ୍ନ ସାଢେ଼ ୩ଟା ପରେ ଘଟିଥିଲା। ଖବରପାଇ ପାଟଣା ଥାନା ଏଏସଆଇ ଗୌରହରି ଗରଡ଼ିଆ ଘଟଣାସ୍ଥଳରୁ ମୃତ ବୁଦ୍ଧଦେବଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସନ୍ଧ୍ୟା ହୋଇ ଯାଇଥିବାରୁ ମଙ୍ଗଳବାର ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।
