ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ପାଟଣା ଥାନା ଅଞ୍ଚଳର ଜଣେ ୨୯ ବର୍ଷୀୟା ବିବାହିତା ଏବଂ ସନ୍ତାନର ଜନନୀଙ୍କୁ ଦୁଷ୍କର୍ମ ଅଭିଯୋଗକୁ ଭିତ୍ତିକରି ଉକ୍ତ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ। ଅଭିଯୋଗ ଅନୁସାରେ ଅଭିଯୁକ୍ତ ଯୁବକ ଜଣକ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହାର ଭିଡିଓ କରି ତାଙ୍କ ସ୍ବାମୀ ଓ ଅନ୍ୟ ସମ୍ପର୍କୀୟଙ୍କୁ ପଠାଇଥିବା ମହିଳା ଜଣଙ୍କ ଶନିବାର ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

      ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ବଡ଼ବିଲ ଅଞ୍ଚଳରେ କାମ କରୁଥିବା ସମୟରେ ଗତ ମଇ ୨୦୨୫ରେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଏହାର ଭିଡିଓ କରା ଯାଇଥିଲା। ଏହି ଭିଡିଓ ଭାଇରାଲ ହେବାକୁ ନେଇ ମହିଳା ଜଣକ ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପାଟଣା ଫୁଲିସ ଏକ ମାମଲା ରୁଜୁକରି ଥାନାଧିକାରୀ କିରଣ ପ୍ରସାଦ ସାହୁ ନିଜେ ତଦନ୍ତ ଆରମ୍ଭ କରିଥିଲେ। ରବିବାର ଏହି ଘଟଣାରେ ଥାନାଧିକାରୀ ଶ୍ରୀ ସାହୁ ସବିଶେଷ ତଦନ୍ତ କରିବା ସହ ଅଭିଯୁକ୍ତ ଭାଲୁଘର ଗ୍ରାମର ହରିହର ମହାନ୍ତ(୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଯୁବକଙ୍କ ନାମରେ ଦୁଷ୍କର୍ମ ଓ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *