ଗୁଡ଼ଫ୍ରାଇଡେ ପାଳନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା



କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ପଞ୍ଚାୟତ ମୁଦିନୁଚା ଗ୍ରାମର ୭ଟି ପରିବାର କିଛି ବର୍ଷ ପୂର୍ବରୁ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ। ପୂର୍ବରୁ ଗ୍ରାମବାସୀ ବିରୋଧ କରି ଆସୁଥିଲେ ସୁଦ୍ଧା ଧର୍ମ ପରିବର୍ତ୍ତନକାରୀ ଆଦୌ କର୍ଣ୍ଣପାତ କରୁନଥିଲେ।

  ଶୁକ୍ରବାର ଗୁଡ଼ ଫ୍ରାଇଡେ ଥିବାରୁ ଚର୍ଚ୍ଚରେ ପ୍ରାର୍ଥନା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ସେହି ଗ୍ରାମର ଶତାଧିକ ଗ୍ରାମବାସୀ ଚର୍ଚ୍ଚରେ ପହଞ୍ଚି ପ୍ରାର୍ଥନା ବନ୍ଦ କରିବା ସହିତ ତାଲା ପକାଇଥିଲେ। ଯାହା ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଉଭେଜନା ଲାଗି ରହିଥିଲା। ଖ୍ରୀଷ୍ଟିଆନ ଗୋଷ୍ଠି ଧନୁତୀର ପାଖରେ ରଖି ରଣକ୍ଷେତ୍ର ଭଳି ପରିସ୍ଥିତି ସଜାଇବାକୁ ପ୍ରସ୍ତୁତ ରହିଛନ୍ତି।

   ଘଟଣା ସମ୍ପର୍କରେ ଖବର ପାଇ ହରିଚନ୍ଦନପୁର ତହସିଲଦାର ହିମାଂଶୁ ଶେଖର ପଣ୍ଡା, ଘଟଗାଁ ଏସଡିପିଓ ବିଜୟକୃଷ୍ଣ ମହାପାତ୍ର, ହରିଚନ୍ଦନପୁର ଥାନା ଭାରପ୍ରାପ୍ତ ଅଧିକାରୀଣୀ ମିତାଲି ମଧୁଲିତା ବିଶ୍ୱାଳଙ୍କ ସମେତ ୨ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ। ଉଭୟ ପକ୍ଷକୁ ନେଇ ଦୀର୍ଘ ସମୟ ହେବ ପ୍ରଶାସନିକ ଅଧିକାରୀ ଓ ଗ୍ରାମବାସୀଙ୍କ ଗହଣରେ ସନ୍ଧ୍ୟା ପର୍ଯ୍ୟନ୍ତ ଆଲୋଚନା ହେବା ପରେ ମଧ୍ୟ କୌଣସି ସମାଧାନ ବାହାରି ପାରିନଥିଲା ।

    ଫଳରେ ପୋଲିସକୁ ଗ୍ରାମବାସୀଙ୍କ ଦ୍ୱାରା ନାକେଦମ ହେବା ଦେଖିବାକୁ ମିଳିଛି। ରିପୋର୍ଟ ପୂର୍ବରୁ ଗ୍ରାମରେ ଉତ୍ତେଜନା ବାତାବରଣ ଲାଗି ରହିଛି । କେତେବେଳେ କଣ ଘଟିବ କହିବା ମୁସ୍କିଲ, ଆଗକୁ ସମୟ କହିବ ପରିସ୍ଥିତି କେଉଁ ମୁଡ଼ ନେଇ ସମାଧାନର ରାସ୍ତା ତିଆରି କରୁଛି।

Leave a Reply

Your email address will not be published. Required fields are marked *