କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଡରାଇଲାଣି ଇବୋଲା। ସମଗ୍ର ବିଶ୍ବରେ ପୁଣିଥରେ ଏକ ମହାମାରୀ ନେଇ ଆଶଙ୍କା। ଇବୋଲାକୁ ନେଇ ଚିନ୍ତାରେ ବିଶ୍ଵ। ଆଫ୍ରିକାର କିଛି ଦେଶରେ ଇବୋଲା ଭାଇରସ ମାମଲା ବଢିବାରେ ଲାଗିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ଏହାକୁ ଗ୍ଲୋବାଲ ହେଲଥ ଏମରଜେନ୍ସୀ ଘୋଷଣା କରାଯାଇଛି । ବିଶ୍ବସ୍ତରରେ ବିପଦ ବଢୁଥିବା ଦେଖି ଭାରତ ସରକାରଙ୍କ ତରଫରୁ ଆଲର୍ଟ ଜାରି କରାଯାଇଛି।

ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋ ଏବଂ ୟୁଗାଣ୍ଡାରେ ଇବୋଲା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏହାର ଗମ୍ଭୀରତାକୁ ଦେଇ WHO ଅର୍ନ୍ତରାଷ୍ଟ୍ରୀୟ ସ୍ବାସ୍ଥ୍ୟ ନିୟମ ଅଧିନରେ ଇବୋଲାରକୁ ଗ୍ଲୋବାଲ ହେଲଥ ଏମରଜେନ୍ସୀ ଘୋଷଣା କରିଛି । ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତୀୟ ନାଗରିକଙ୍କ ପାଇଁ ଜରୁରୀ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି । ଏହାସହିତ ଆଫ୍ରିକାର ସେଣ୍ଟର୍ସ ଫର ଡିଜିଜ କଣ୍ଡ୍ରୋଲ ଆଣ୍ଡ ପ୍ରିଭେନ୍ସସ ମଧ୍ୟ ଇବୋଲା ପାଇଁ ଚେତାବନୀ ଜାରି କରିଛି ।

ଆଫ୍ରିକାରେ ଇବୋଲାର ସଂକ୍ରମଣ ଦେଖି ଭାରତର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଶର ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ସରକାର ଆଡଭାଇଜରୀ ଜାରି କରି ସମସ୍ତ ନାଗରିକଙ୍କୁ କଙ୍ଗୋ, ୟୁଗାଣ୍ଡା, ଦକ୍ଷିଣ ସୁଡାନ ଭଳି ଦେଶକୁ ଯାତ୍ରା କରିବାକୁ ମନା କରିଛି । ଯେ ପର୍ଯ୍ୟନ୍ତ ପରିସ୍ଥିତି ସାମାନ୍ୟ ହାଇନାହିଁ, ଏସବୁ ଦେଶକୁ ଯାତ୍ରା କରିବାକୁ ସରକାରଙ୍କ ତରଫରୁ ବାରଣ କରାଯାଇଛି ।
