ବରିଷ୍ଠ ଆଇନଜୀବୀ ବିଭୁତିଙ୍କ ପରଲୋକ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିଲ୍ଲା ଓକିଲ ସଂଘ କେନ୍ଦୁଝରର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ପ୍ରଧାନଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ରାତି ପ୍ରାୟ ୨ ଟାରେ ତାଙ୍କ କେନ୍ଦୁଝର ପୁରୁଣାସହରସ୍ଥିତ ବାସଭବନରେ ଦୀର୍ଘ ଅସୁସ୍ଥତା ପରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି।

       ସେ କେନ୍ଦୁଝର ଜିଲ୍ଲା ବିଜେପିର ପୂର୍ବତନ ସଭାପତି ତଥା କେନ୍ଦୁଝର ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଥିଲେ ଯାହା ବର୍ତ୍ତମାନ ପ୍ରଭାସ ମଞ୍ଜରୀ ଆଇନ କଲେଜ କେନ୍ଦୁଝର ନାମରେ ନାମିତ । ସ୍ବର୍ଗତଃ ପ୍ରଧାନ ଜଣେ ସରଳ ସ୍ବଭାବ ଏବଂ କର୍ତ୍ତବ୍ୟନିଷ୍ଠ ଓକିଲ ଭାବରେ ପରିଚିତ ଥିଲେ। ସେ ଦୀର୍ଘବର୍ଷ ଧରି ସରକାରୀ ଓକିଲ ମଧ୍ୟ ଥିଲେ। ତାଙ୍କ ଦୁଃଖଦ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

   ମୃତ୍ୟୁ ଖବର ପ୍ରସାରିତ ହେବାପରେ ସକାଳୁ ତାଙ୍କ ବାସଭବନରେ ଶୁଭେଚ୍ଛୁଙ୍କ ଭିଡ ଜମିଥିଲା। ବହୁ ଆଇନଜୀବୀ, ବିଶିଷ୍ଟ ବ୍ୟକ୍ତି ଓ ଶୁଭେଛୁ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକସନ୍ତପ୍ତ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । ଏଥିସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲା ଓକିଲ ସଂଘ ସଭା ଗୃହରେ ଶୋକସଭା ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *