କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆଗାମୀ ୩ବର୍ଷ ପାଇଁ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ବରେ ସଦର ବ୍ଲକ ସଦ୍ଭା ଗୃହରେ ଓଡିଶା ରାଜସ୍ବ ଅମଲା ସଂଘ କେନ୍ଦୁଝର ଜିଲ୍ଲା ଶାଖା କର୍ମକର୍ତ୍ତା ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସିନ ଅତିଥି ରାଜ୍ୟ ସଂଘ କାର୍ଯ୍ୟକାରୀ ଉପଦେଷ୍ଟା କୈଳାସ ଚନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ପ୍ରଭାତେନ୍ଦୁ ନାଏକ, ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ସଚିନ ପଣ୍ଡା ପ୍ରମୁଖ ଯୋଗଦାନ କରିବା ସହିତ ସଭାପତି ଓ ସମ୍ପାଦକ ଚମ୍ପୁଆ ଏବଂ ଆନନ୍ଦପୁର ବୈଠକ ଉପରେ ବିସ୍ତୃତ ବିବରଣୀ ଆଲୋକପାତ କରିଥିଲେ ।
ସଭାପତି ଓ ସମ୍ପାଦକ ପ୍ରକାଶ କରିଥିଲେ କି ମାର୍ଚ୍ଚ ୨୦୨୬ ଠାରୁ ସଂଘ କର୍ମକର୍ତ୍ତାମାନଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ପ୍ରସ୍ତାବ ରଖିଥିଲେ । ଆଲୋଚନାରେ ଭାଗନେଇ ରାଜ୍ୟ କାର୍ଯ୍ୟକାରୀ ସଭାପତି ସଂଘର ଆଇନ ଅନୁସାରେ ନିର୍ବାଚନ କରିବାକୁ ପରାମର୍ଶ ଦେଇଥିଲେ । ଆନନ୍ଦପୁର ଏବଂ ଚମ୍ପୁଆ ଉପଖଣ୍ଡସ୍ତରୀୟ ବୈଠକର ମତାମତ ସମସ୍ତଙ୍କୁ ଅବଗତ କରାଯିବା ସହିତ ବୈଠକରେ ଉପସ୍ଥିତ କର୍ମକର୍ତ୍ତାମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲେ ।
ସର୍ବସମ୍ମତି ନିଷ୍ପରିକ୍ରମେ ଆସନ୍ତା ୧ ତାରିଖ ଶୁକ୍ରବାର ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରାଗଲା । ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ପାଇଁ ସଂଘର ପୁର୍ବତନ ମୂଖ୍ୟ ଉପଦେଷ୍ଟା ରାମ ନାରାୟଣ ଦ୍ବିବେଦୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଏବଂ ସଂଘର ପୁର୍ବତନ ସଭାପତି ଜୟଗୋବିନ୍ଦ ମିଶ୍ର, ଉପଦେଷ୍ଟା କାମିନୀକାନ୍ତ ମହାନ୍ତ ଏବଂ ବରିଷ୍ଠ ସଦସ୍ୟ ବଚୁରାମ ଲାମାଙ୍କୁ ନିର୍ବାଚନ ଅଧିକାରୀ ଭାବେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ।
ଉକ୍ତ ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ କୁମାର ରଣା, ଭୁବନେଶ୍ବର ମହାପାତ୍ର, ବିଶ୍ବନାଥ ବାରିକ, ଜନ୍ମେଜୟ ଶତପଥି, ସୁରେଶ ଚନ୍ଦ୍ର ରଣା, ପ୍ରଦୀପ କୁମାର ସାହୁ, କେ ସନ୍ଦୀପ କୁମାର, ଅନୁକୂଳ ମହାନ୍ତ, ସତ୍ୟବତୀ ଲାଗୁରୀ, ବବିତା ସାହୁ, ରଶ୍ମିରେଖା ପାତ୍ର, ସୋନାଲି ସସ୍ମିତା ମହାପାତ୍ରଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗଦାନ କରି ନିର୍ବାଚନ କିପରି ଶାନ୍ତିଶୃଙ୍ଖଳାର ସହ ହୋଇ ପାରିବ ସହମତି ପ୍ରକାଶ କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ସଚିନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
