ଉତ୍କଳୀୟ ଅସ୍ମିତା ସାହସିକତା, ସାହିତ୍ୟପ୍ରାଣତା ଓ କଳାନିପୁଣତାର ତ୍ରିବେଣୀ

ଓଡ଼ିଶା ଦିବସ କବିତା ପାଠୋତ୍ସବ



କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିଲ୍ଲା ପ୍ରଶାସନ ଓ ମିଳନୀ ସାହିତ୍ୟ ସଂସଦ ସହଭାଗିତାରେ ଉତ୍କଳୀୟ ଅସ୍ମିତା ସମ୍ପର୍କିତ କବିତା ପାଠୋତ୍ସବ ଓ ସାହିତ୍ୟ ଆସର ମିଳନୀର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ବରେ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି।
     ପ୍ରାରମ୍ଭରେ ପ୍ରାଦେଶିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପରେ ସମ୍ପାଦକ ଡ. ଚିତ୍ତ ରଞ୍ଜନ ମିଶ୍ର ସୂଚନା ପ୍ରଦାନ ଅବସରରେ ଉତ୍କଳୀୟ ଗାରିମା ସମ୍ପର୍କରେ ଅଭିହିତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

   ଡ. ବିପିନ ବିହାରୀ ମହାପାତ୍ର ଅତିଥି ବକ୍ତା ଭାବେ ଯୋଗଦେଇ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତୀୟ ଅଭିଭାଷଣ ପ୍ରଦାନ କରି ଉତ୍କଳୀୟତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଉତ୍କଳୀୟ ଅସ୍ମିତାକୁ ସାହସିକତା, ସାହିତ୍ୟପ୍ରାଣତା ଓ କଳା ନିପୁଣତାର ତ୍ରିବେଣୀ ଭାବରେ ଅଭିହିତ କରିଥିଲେ।

   କବୟିତ୍ରୀ ଇନ୍ଦୁମତୀ ପାତ୍ର ଓ ଶୋଭନା ଜେନାଙ୍କ ସଂଯୋଜନାରେ ନରହରି ମିଶ୍ର, ସୁଧା ଦାଶ, ଦେବଦର୍ଶନ ଦାଶ, ଡ. ଲୋକନାଥ ସାହୁ, ଡ. ସୁମନ୍ତ୍ର ନାଏକ, ଗୀତାରାଣୀ ଦାଶ, ରିତାଞ୍ଜଳି ସାହୁ, ମମତାରାଣୀ ଦାସ, ସନ୍ତୋଷିନୀ ଦାଶ (ଗିରି), ଡାକ୍ତର ଭାରତୀ ମହାପାତ୍ର, ରୂପଶ୍ରୀ ଗନ୍ତାୟତ, ମନରଞ୍ଜନ ମହାନ୍ତି, ଚିନ୍ତାମଣି ମହାଳିକ, ଦେବଦତ୍ତ ଦେହୁରୀ, ଶାନ୍ତନୁ କୁମାର ମହାପାତ୍ର, ଆର୍ଯ୍ୟବାଳା ମହାପାତ୍ର, ବିଜୟଲକ୍ଷ୍ମୀ ମହାନ୍ତି, ସରୋଜିନୀ ଆଚାର୍ଯ୍ୟ, ଲିପିକା ଦାସ ପଟ୍ଟନାୟକ, ସୁଭଦ୍ରା ମହାନ୍ତ, ଜ୍ୟୋସ୍ନା ପାଢ଼ୀ, ପୁଷ୍ପଲତା ଜେନା, ଚନ୍ଦ୍ରପ୍ରଭା ପତି, ଗୀତାଞ୍ଜଳି ପାତ୍ର, ମନ୍ଦାକିନୀ କର, ଭାବିପ୍ରିୟା ସାହୁ, କୃଷ୍ଣ ପ୍ରସାଦ ମିଶ୍ର,

   ପ୍ରାଧ୍ୟାପକ ଜଗନ୍ନାଥ ଜେନା, ପ୍ରତାପ କର୍ମକାର, ଅବଦୁଲ୍ ରେହେମାନ୍, ପ୍ରସନ୍ନ କୁମାର ପତି, ଫକୀର ମୋହନ ମହାନ୍ତ, ଜଗବନ୍ଧୁ ରାଉତ ପ୍ରମୁଖ ବହୁ କବି ଉତ୍କଳୀୟ ଅସ୍ମିତା ସମ୍ପର୍କିତ କବିତା ଆବୃତ୍ତି କରିଥିଲେ। ଶେଷରେ ନିଳନୀର ଯୁଗ୍ମସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *