ମିଳନୀରେ ମହାକବି ଜୟଦେବ ଜୟନ୍ତୀ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟର ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ଵରେ ମିଳନୀ ଭବନରେ ସୋମବାର ଅପରାହ୍ନରେ ମହାକବି ଜୟଦେବ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସାହିତ୍ୟପ୍ରାଣ କୈଳାସ ଚନ୍ଦ୍ର ନାୟକଙ୍କ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ସମ୍ପାଦକ ଡ. ଚିତ୍ତ ରଞ୍ଜନ ମିଶ୍ର ଜୟଦେବଙ୍କ କବିତ୍ଵ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପଣ୍ତିତ ରଙ୍ଗାଧର ବେହେରା ଅତିଥି ବକ୍ତା ଭାବେ ଯୋଗଦେଇ ଜୟଦେବଙ୍କ କବିତ୍ଵର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବିଶିଷ୍ଟ କବି ସୁଧା ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୟଦେବଙ୍କ କବିତ୍ଵର ଉତ୍କର୍ଷ ପ୍ରତିପାଦନ କରିଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତୀୟ ଅଭିଭାଷଣରେ କବିଙ୍କର ଉତ୍କଳୀୟତା ପ୍ରତିପାଦନ କରିବା ସହିତ ଗୀତଗୋବିନ୍ଦକୁ ଭକ୍ତି, ପ୍ରୀତି ଓ ଗୀତିମୟତାର ତ୍ରିବେଣୀ ଭାବରେ ଅଭିହିତ କରିଥିଲେ।
କବୟିତ୍ରୀ ଆର୍ଯ୍ୟବାଳା ମହାପାତ୍ରଙ୍କ ସଂଯୋଜନାରେ ନରହରି ମିଶ୍ର, ବିରଞ୍ଚି ସାମନ୍ତରାୟ, ସୁଜିତ ମିଶ୍ର, ସୁଦ୍ରୁମା ପଣ୍ଡା, ମମତାରାଣୀ ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ରୀତାଞ୍ଜଳି ସାହୁ, ସନ୍ତୋଷିନୀ ଦାଶ (ଗିରି), ଡ. ସୁମନ୍ତ୍ର ନାଏକ, କୃଷ୍ଣ ପ୍ରସାଦ ମିଶ୍ର, ସୁଭଦ୍ରା ମହାନ୍ତ, ମନ୍ଦାକିନୀ କର, ଭରତ ଚନ୍ଦ୍ର ପାତ୍ର, ଡ. ବିପିନ ବିହାରୀ ମହାପାତ୍ର, ତ୍ରିଲୋଚନ ଦାସ, ପ୍ରତାପ କର୍ମକାର ପ୍ରମୁଖ ସ୍ୱରଚିତ କବିତା ଅବୃତ୍ତି କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
