କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ନିରାକାନ୍ତ ଆର୍ଟ୍ସ ଫାଉଣ୍ଡେସନ ଏକାଡେମୀ ରହିବାର ବଲିଉଡ ଅଭିନେତା ଶିଭ ଠାକରେଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଏକାଡେମୀରେ ଥିଏଟର ପ୍ଲେ ଓ ଡ୍ରାମା ସହିତ ଅଭିନୟ ଶିକ୍ଷା ଅନୁଭବୀ ଶିକ୍ଷକମାନଙ୍କ ଦ୍ୱାରା ଦିଆଯିବ।

ପାର୍କଲାଇନସ୍ଥିତ ଅଡିଟୋରିୟମ୍ରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ବଲିଉଡ ଅଭିନେତା ଶିଭ ଠାକରେଙ୍କ ସହିତ ଓଡିଆ ଅଭିନେତ୍ରୀ ଶୀତଳ ପାତ୍ର, ଡିଏଫଓ ଧନରାଜ ଏଚ.ଡି, ସମାଜସେବୀ ଧାରିତ୍ରୀ ରାଉତ, ସାମାଜିକକର୍ମୀ ସଂଗ୍ରାମ ଦାସ, ବିନୋଦ ନାୟକ ଓ ଆଶିଷ ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ।
ପ୍ରଥମଥର ପାଇଁ କେନ୍ଦୁଝରରେ ବଲିଉଡ ଅଭିନେତା ଓ ଓଲିଉଡ ଅଭିନେତ୍ରୀ ଶୀତଳ ପାତ୍ରଙ୍କୁ ନେଇ ଏପରି କାର୍ଯ୍ୟକ୍ରମର ଆୟୋଜନ ଫାଉଣ୍ଡର ଅବିନାଶ ରାଉତଙ୍କ ପ୍ରଚେଷ୍ଟାରେ ହୋଇଥିଲା । ମାୟାନଗରୀ ମୁମ୍ବାଇ ଅନୁଭବ ସହିତ ଅବିନାଶ ଜଣେ ଓଡିଆ ପୁଅ ଭାବେ ଏକ ଉତ୍କୃଷ୍ଟ ଏକାଡେମୀର ଶୁଭାରମ୍ଭ କରିଛନ୍ତି।
‘ପେଟଫ୍ଲିକ୍ସ ଜଙ୍କସନ୍’ ନାମକ ଏକ ନୂତନ ପେଟ୍ ଫୁଡ୍ ଓ ଗ୍ରୁମିଂ ବ୍ରାଣ୍ଡ ମଧ୍ୟ ଆରମ୍ଭ ହୋଇଛି । ଯାହାର ବ୍ରାଣ୍ଡ ଆମ୍ବାସାଡର ଭାବେ ଓଲିଉଡ କୁଇନ ଶୀତଳ ପାତ୍ରଙ୍କୁ ଘୋଷଣା କରାଯାଇଛି। ‘ପେଟଫ୍ଲିକ୍ସ ଜଙ୍କସନ୍’ର ସ୍ଥାପକ କେନ୍ଦୁଝର ସହରରେ ଏପରି ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ଆରମ୍ଭ କରିବାକୁ ନେଇ ଗର୍ବିତ ବୋଲି କହିଛନ୍ତି।
