କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପବିତ୍ର ଅକ୍ଷୟ ତୃତୀୟା ଅବସରରେ କେନ୍ଦୁଝର ଡି.ଏନ ହାଇସ୍କୁଲ ସମ୍ମୁଖରେ ଶରୀର ସୌନ୍ଦର୍ଯ୍ୟକରଣର ପ୍ରଥମ ସୋପାନ ହିମା ଆସ୍ଥେଟିକା ଉଦଘାଟିତ ହୋଇଯାଇଛି । ଏହି ଆସ୍ଥେଟିକାରେ ଉଭୟ ମହିଳା ଓ ପୁରୁଷଙ୍କ ଅତ୍ୟାଧୁନିକ ଉନ୍ନତ ଯନ୍ତ୍ରପାତି ପ୍ରଣାଳୀରେ ସୌନ୍ଦର୍ଯ୍ୟ ଓ ଆତ୍ମବିଶ୍ୱାସ ବିକାଶ କରାଯିବା ଲକ୍ଷ୍ୟ ରଖାଯାଇଛି ।
ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅଲଟ୍ରାମଡ଼ର୍ଣ୍ଣ ମେସିନ କମ୍ପୁଟର ଦ୍ୱାରା ସ୍କିନ , ହେୟାର, ଦନ୍ତ, ପ୍ଲାଷ୍ଟିକ ସର୍ଜରୀ, ଲେଜର ଫିଜିଓଥେରାପି, ଗାଇନିକ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯିବ । ଏଥିସହ ଅସମୟରେ ବୃଦ୍ଧି ପାଉଥିବା ବୟସ ବୃଦ୍ଧି ଛାପକୁ ମଧ୍ୟ ରୋକାଯାଇ ପାରିବ । ପିଡ଼ିଏସ, ଓ ପ୍ରସବ ପରବର୍ତ୍ତୀ ରଜ ନିବୃତ୍ତି ଅସୁବିଧାର ମଧ୍ୟ ଲେଜର ଚିକିତ୍ସା ସୁବିଧା ଉପଲବ୍ଧ ହେବ ।
କେନ୍ଦୁଝର ଜିଲ୍ଲାରେ ପ୍ରଥମେ ସ୍ଥାପିତ ଏହି ସେବାର ସୁବିଧା ସୁଯୋଗ ନେବାକୁ ସଂସ୍ଥାର ନିର୍ଦ୍ଦେଶିକା ଡାକ୍ତର ମମତାରାଣୀ ଜେନା ଅନୁରୋଧ କରିଛନ୍ତି । ଏହି ହିମା ଆସ୍ଥେଟିକାକୁ ଧରଣୀଧର ବିଶ୍ୱବିଦ୍ୟାଳୟ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମକୁମାରୀ ବିନ୍ଦୁ ଓ ପୂର୍ବତନ ରୋଟାରୀ କ୍ଲବ ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରଶ୍ମିରଞ୍ଜନ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
