କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : ପିସିସି ନିର୍ଦ୍ଦେଶକ୍ରମେ ସମସ୍ତ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ୨୦୧୧ ଜନଗଣନା ଅନୁସାରେ ମହିଳା ସଂରକ୍ଷଣ କରିବାର ଥିଲା ନାରୀଶକ୍ତି ବନ୍ଦନ ଅଧିନିୟମ ନାମରେ ପାରିତ କରାଗଲାନି କାହିଁକି ? ସରକାରଙ୍କୁ ଜନମତ ଥିଲା ସଂସଦରେ ୧୩୧ତମ ସମ୍ବିଧାନ ସଂଶୋଧନ ଆଇନ ପାରିତ ହେବାକୁ ଦୁଇତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଲୋଡ଼ା । କିନ୍ତୁ ଏହି ବିଲ କାହିଁକି ପାରିତ କରୁଥିଲେ ଓ କଣ ପାଇଁ ? କିଛି ଖରାପ ଉଦ୍ଦେଶ୍ୟ ଥିଲା କି ? ଅଯଥାରେ ସୀମା ନିର୍ଦ୍ଧାରଣ ବିଲ ଆଗତ କରି ଲୋକହସା ହେବା ଦୁର୍ଭାଗ୍ୟଜନକ ଏବଂ ବିଜେପି ସରକାର କୁମ୍ଭୀରକାନ୍ଦଣା ବନ୍ଦ କରୁ ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସ୍ଥାନୀୟ କଂଗ୍ରେସ ଭବନରେ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି l
ଏଥିରେ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ କୁମାର ଜେନା, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାଏକ, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ସଦର ବିଧାୟିକା ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାଏକ, ମହିଳା ନେତ୍ରୀ ସବିତା ସାହୁ, ଜ଼ିଲ୍ଲା ଉପସଭାପତି ଲଳିତ ମୋହନ ନାୟକ, ଚିତ୍ତରଞ୍ଜନ ପାତ୍ର, କଂଗ୍ରେସ ନେତା ସୁଢଳ ସେଠୀ, ଦିନେଶ ରାଉତ, ରତ୍ନାକର ଜେନାଙ୍କ ସମେତ ସମସ୍ତ ବ୍ଲକ ସଭାପତି ଉପସ୍ଥିତ ଥିଲେ l
