ବେଆଇନ ଲୁହା ଏବଂ ମାଙ୍ଗାନିଜ୍ ଉତ୍ତୋଳନ ଓ ପରିବହନ

୩ ଟ୍ରକ ଓ ଗୋଟିଏ ଜେସିବିକୁ ଜବତ କଲା ବନ ବିଭାଗ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବଡ଼ବିଲ ରେଞ୍ଜ କଳାପାହାଡ଼ ଗ୍ରାମ ନିକଟ ଠାକୁରାଣୀ ସଂରକ୍ଷିତ ଜଙ୍ଗଲ ଭିତରେ ବେଆଇନ ଲୁହାପଥର ଓ ମାଙ୍ଗାନିଜ ଉତ୍ତୋଳନ ଓ ପରିବହନରେ ସମ୍ପୃକ୍ତ ଗୋଟିଏ ୧୪ ଚକିଆ ଓ ଗୋଟିଏ ୧୬ ଚକିଆ ଟ୍ରକ ଏବଂ ଗୋଟିଏ ଜେସିବି ମେସିନକୁ ବନ ବିଭାଗ  ଜବତ କରିବା ସହ ମାମଲା ପଞ୍ଜିକୃତ କରି ତଦନ୍ତ ଜାରି ରଖିଛି।

    ସେହିଭଳି ଚମ୍ପୁଆ ରେଞ୍ଜରେ ଯୋଡା ସେକ୍ସନ ଦଳ ଦ୍ୱାରା ବେଆଇନ ପରିବହନ ପାଇଁ କମାରଯୋଡା ଗ୍ରାମ ନିକଟରେ ଲୁହାପଥର ବୋଝେଇ ଏକ ୧୨ ଚକିଆ ଟ୍ରକକୁ ମଧ୍ୟ ବନ ବିଭାଗ ରବିବାର ଜବତ କରି ମାମଲା ପଞ୍ଜିକୃତ ସହ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏହି ୨ ମାମଲାରେ କାହାରିକୁ ଗିରଫ କରାଯାଇ ନଥିବା ବେଳେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦୁଝର ଡିଏଫ ଓ ଧନରାଜ ଏଚ୍.ଡି କହିଛନ୍ତି ।

Leave a Reply

Your email address will not be published. Required fields are marked *