କଂଗ୍ରେସ ନେତା ଜୟଦେବଙ୍କୁ ହତ୍ୟା ଧମକ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମିଳିଛି ହତ୍ୟା ଧମକ । ମାର୍ଚ୍ଚ ୯ ତାରିଖରୁ ଏହି ହତ୍ୟା ଧମକ ଆସିଥିଲା । ଖଣି ମାଫିଆଙ୍କ ବିରୋଧରେ ସଭା କରିଥିବାରୁ ଶ୍ରୀ ଜେନାଙ୍କ ନିକଟକୁ ଧମକପୂର୍ଣ୍ଣ ମେସେଜ୍ ଆସୁଛି। ଅଭିଯୁକ୍ତଙ୍କୁ ଗିରଫ ସହ ନିଜ ସୁରକ୍ଷା ଦାବି କରିଛନ୍ତି ଜୟଦେବ। ଏ ନେଇ ସେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ଏହି ଧମକକୁ ନେଇ ମୁଖ୍ୟମନ୍ତ୍ରୀ, ପୁଲିସ୍‌ ଡିଜି ଏବଂ କେନ୍ଦୁଝର ଏସପିଙ୍କୁ ମଧ୍ୟ ଜଣାଇଛନ୍ତି । ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୨୦୨୫ରେ ମଧ୍ୟ ଜୟଦେବଙ୍କୁ ହତ୍ୟା ଧମକ ଆସିଥିଲା ।

Leave a Reply

Your email address will not be published. Required fields are marked *