ରଜ ସଂକ୍ରାନ୍ତିରେ ମା’ତାରିଣୀଙ୍କ ସୁନାବେଶ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡିଶାର ଗଣପର୍ବ ପବିତ୍ର ରଜ ସଂକ୍ରାନ୍ତି ଅବସରରେ କେନ୍ଦୁଝରର ଆରାଧ୍ଯା ଦେବୀ ଘଟଗାଁସ୍ଥିତ ମା’ତାରିଣୀ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି । ସକାଳୁ ମା’ଙ୍କ ପହୁଡ଼ ଖୋଲିବା ପରେ ମା’ଙ୍କୁ ସ୍ନାନ, ମାର୍ଜ୍ଜଣା ସହ ଷୋଡ଼ଶ ଉପଚାର ପୂଜା କରାଯାଇ ମା’ଙ୍କ ପ୍ରିୟ ଫୁଲ ମନ୍ଦାର ଓ ପ୍ରିୟ ଭୋଗ ନଡ଼ିଆ ନୈବେଦ୍ୟ ଅର୍ପଣ କରାଯିବା ସହ ମା ‘ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇ ମଙ୍ଗଳ ଆଳତି କରାଯାଇଥିଲା । ଲମ୍ବା ଧାଡ଼ିରେ ଆସି ଶାଳଗ୍ରାମ ଠାକୁରାଣୀ ଏହି ବନଦୁର୍ଗା ମା’ତାରିଣୀଙ୍କ ଅପୂର୍ବ ସୁନାବେଶକୁ ଦର୍ଶନ କରି ହଜାର ହଜାର ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି।

     ଆଜି ପବିତ୍ର ରଜ ସଂକ୍ରାନ୍ତି ଥିବାରୁ ମା’ ଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଘଟଗାଁ ମା’ ତାରିଣୀ  ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *