ଜନଗଣନାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜନଗଣନା ପାଇଁ ଯାଇ ଜଣେ ଶିକ୍ଷୟିତ୍ରୀ ନିଖୋଜ ହେବାଭଳି ଚିନ୍ତାଜନକ ଘଟଣା ମୟୁରଭଞ୍ଜ ଜିଲ୍ଲାରୁ ସାମ୍ନାକୁ ଆସିଛି । ଘଟଣାକୁ ନେଇ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସମନ୍ବୟ ସମିତି ପକ୍ଷରୁ ବାରିପଦା ସଦର ଥାନାରେ ମାମଲା ରୁଜ୍ଜୁ ହୋଇଛି । ଶିକ୍ଷୟିତ୍ରୀଙ୍କୁ ଖୋଜିବା ପାଇଁ ମୋବାଇଲ୍ ଟ୍ରାକିଂ ଆରମ୍ଭ ହୋଇଛି ।

   ନିଖୋଜ ଶିକ୍ଷୟିତ୍ରୀ ଜଣକ ହେଲେ ବାରିପଦା ବ୍ଲକ ଅଧିନସ୍ଥ ଢେଙ୍କିନେଞ୍ଜିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜ୍ୟୋତ୍ସ୍ନାରାଣୀ ସାହୁ। ରବିବାର ଠାରୁ ସେ ଘରକୁ ଫେରିନାହାନ୍ତି ଏଵଂ ତାଙ୍କ ମୋବାଇଲ ମଧ୍ୟ ସୁଇଚ୍ ଅଫ ଅଛି। ଏ ସମ୍ପର୍କରେ ବାରିପଦା ବିଇଓ ଏବଂ ମୟୁରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ଡିଇଓ ଏହି ସମ୍ବେଦନଶୀଳ ବିଷୟରେ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ସମ୍ପୂର୍ଣ୍ଣ  ଜିଲା ଏବଂ ପୁଲିସ ପ୍ରଶାସନ ଏବେ ତତ୍ପରତା ଦେଖାଇ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *