ବିଜେଡି ମଙ୍ଗ ଧରିବେ କି ସୁଜାତା କାର୍ତ୍ତିକେୟନ !

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବିଜେଡିର ମଙ୍ଗ ଧରିବେ କି ସୁଜାତା କାର୍ତ୍ତିକେୟନ। ଏହି ଚର୍ଚ୍ଚା ଆଲୋଚନା ରାଜ୍ୟ ରାଜନୀତିକୁ ବେଶ୍ ସରଗରମ କରିଛି। ତେବେ ଏ ନେଇ ସୁଜାତା କିମ୍ବା ବିଜେଡି ପକ୍ଷରୁ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ।ଦଳକୁ ସଙ୍ଗଠିତ କରିବାକୁ ଜଣେ ଅଭିଜ୍ଞ ଏବଂ ପ୍ରଭାବଶାଳୀ ଚେହେରା ସନ୍ଧାନରେ ବିଜେଡି। ଆଜି ନବୀନ ନିବାସରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୁଜାତା ନିଜେ ଶଙ୍ଖ ଭବନରେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିବେ ଓ ସୁଜାତାଙ୍କ ଏଣ୍ଟ୍ରିକୁ ନେଇ ଖୋଦ୍ ନବୀନ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

        କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଥିଲେ ସୁଜାତା। ମିଶନ ଶକ୍ତି ବିଭାଗ ସଚିବ ଭାବେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ । ମହିଳା ଏସଏଏଜି ଗ୍ରୁପ୍ ଗୁଡ଼ିକର ବ୍ୟାଙ୍କ ଋଣ ସଂଯୋଗକୁ ବୃଦ୍ଧି କରିଥିଲେ । ବ୍ୟାଙ୍କ ଋଣ ସଂଯୋଗ ୫୦୦ କୋଟିରୁ ୧୫୦୦୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ । ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି । ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ସହ ଜେଏନୟୁରୁରୁ ଅନ୍ତର୍ଜାତୀୟ ରାଜନୀତିରେ ମାଷ୍ଟର୍ସ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବାଲୁରିଆ ଗାଁର ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି ସୁଜାତା । ୨୦୨୫ ମାର୍ଚ୍ଚରେ ସେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।

Leave a Reply

Your email address will not be published. Required fields are marked *