
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡିରେ ମିଶିଲେ ସୁଜାତା ଆର୍ କାର୍ତ୍ତିକେୟନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭି କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ବିଜୁ ଜନତା ଦଳରେ ଯୋଗ ଦେଲେ। ଶଙ୍ଖ ଭବନରେ ବିଜୁ ଜନତା ଦଳର ବଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନାନୁଯାୟୀ, ଆଜି ଶଙ୍ଖ ଭବନରେ ପହଞ୍ଚିବା ପରେ ସୁଜାତାଙ୍କୁ ବିଜେଡିର ଅନେକ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ପାଛୋଟି ନେଇଥିଲେ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସୁଜାତା ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ସୁଜାତା ବିଜେଡିରେ ଯୋଗ ଦେବା ପରେ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଛନ୍ତି। ନିଜର ପ୍ରତିକ୍ରିୟାରେ ନବୀନ କହିଛନ୍ତି ଆଗାମୀ ୨୦୨୯ ନିର୍ବାଚନରେ ସେ ହିଁ ନେତୃତ୍ୱ ନେବେ। ଏ ନେଇ ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ଦେଇଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ସୁଜାତା ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଇଛନ୍ତି।

. ବିଜେଡିରେ ମିଶିବା ପରେ ସୁଜାତା କାର୍ତ୍ତିକେୟନ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ କାମ କରିବି। ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶାବାସୀଙ୍କ ସେବା କରିବି। ୨୪ ବର୍ଷ ଧରି ଓଡିଶାର ସେବା ପାଇଁ ସୁଯୋଗ ମିଳିଥିଲା ନବୀନଙ୍କ ନେତୃତ୍ୱରେ ସୁଯୋଗ ମିଳିଥିଲା। ଆଜି ବିଜେଡିରେ ସେହିଭଳି ସୁଯୋଗ ମିଳିଛି।

