ଲୋକଙ୍କ ସରକାର ବିରୋଧରେ  ବିଜେଡିର ରଣହୁଙ୍କାର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପାଟଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସ୍ଵାମପାଟଣା ଠାରେ ଲୋକଙ୍କ ସରକାର ବିରୋଧରେ ଜିଲ୍ଲା ବିଜେଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ହଜାର ହଜାର କର୍ମୀ ତଥା ନବୀନ ପଟ୍ଟନାୟକ ପ୍ରେମୀଙ୍କ ଆଖିରେ ବିଦ୍ରୋହର ନିଆଁ ଓ ପ୍ରତାରଣାର ରାଗ ଦେଖିବାକୁ ମିଳିଥିଲା ।

     ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ ବ୍ଲକ ଓ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଦାହ କରାଯାଇଥିଲା l ଏହି ବିଦ୍ରୋହର ଶୋଭାଯାତ୍ରା ଆନନ୍ଦେଶ୍ୱର ଶୈବପୀଠରୁ ଆରମ୍ଭ ହୋଇ ବ୍ଳକରେ ଶେଷ ହୋଇଥିଲା l ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ତହସିଲଦାର ଓ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା l ଯାହାର ଜବାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଥିଲେ l ମୂଖ୍ୟତଃ ମହିଳା ଅଧିକାର ଅଭିଯାନ ଦ୍ଵାରା ଏହି ସ୍ମାରକୀପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ପ୍ରଦାନ କରାଯାଇଥିଲା l ଭୋଟର ମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭକୁଆ ବନେଇ ଦୁଇବର୍ଷ ବିତିଗଲା ବୋଲି ଭୋଟର ମାନେ କହିଥିଲେ l ଯାହାର ଜବାବ ପଞ୍ଚାୟତ ନିର୍ବାଚନରେ ମିଳିବ ବୋଲି ସାଧାରଣ ଜନତା ପ୍ରକାଶ କରିଥିଲେ l

        ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାୟକଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଉପସଭାପତି ଧରିତ୍ରୀ ମହାନ୍ତ, କେନ୍ଦୁଝରର ପୂର୍ବତନ ନଗରପାଳ ମୀନା ମାଝୀ, ସତ୍ୟବ୍ରତ ନାୟକ, ସୁକାନ୍ତି ମହାନ୍ତ, କୃଷ୍ଣ ମହାପାତ୍ର, ବୁଦ୍ଧଦେବ ମହାକୁଡ, କୁନୁ ଗିରି, ଶତ୍ରୁଘ୍ନ ସିଂ, ଜିଲ୍ଲାପରିଷଦ ସଦସ୍ୟl ରୁନୁ ମହାନ୍ତ, ସୌଭାଗ୍ୟ ମଞ୍ଜରୀ ନାୟକ, ଚମ୍ପାବତୀ ଟୁଡୁ ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷା ପାର୍ବତୀ ଦେହୁରୀ, ମହିଳା ନେତ୍ରୀ ଧରିତ୍ରୀ ମହାନ୍ତ, ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ ଭଞ୍ଜ, ସାହାରପଡା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ କୁମାର ସାହୁ, ରାହାସ ବିହାରୀ ପୃଷ୍ଟି , ନିରଞ୍ଜନ ତ୍ରିପାଠୀ, ଶତୃଘ୍ନ ସିଂହଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ l

      ଗତ ପ୍ରାୟ ମାସକ ତଳେ ହୋଇଥିବା କାଳ ବୈଶାଖୀରେ ଗରିବ ଲୋକଙ୍କ ପାଇଁ ଆସିଥିବା ପଲିଥିନକୁ କିପରି ହରିଲୁଟ କରାଯାଇଛି ସେ ସମ୍ପର୍କରେ ଉପରେ ଆଲୋକପାତ କରାଯାଇଥିଲା l

Leave a Reply

Your email address will not be published. Required fields are marked *