ଯୋଗଦେବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ସହରର ଫେମସ୍ କ୍ଲବ ତରଫରୁ ୧୧ତମ ଶୁଭାଶିଷ ମେମୋରିଆଲ୍ ଦିବାରାତ୍ର ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ୭ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୮ଟି ଟିମ୍ ଭାଗ ନେବାକୁ ଥିବାବେଳେ ବିଜେତା ଦଳକୁ ୧ ଲକ୍ଷ ୧୧ ହଜାର ୧୧ ଟଙ୍କା ଓ ରନର୍ସଅପ୍ ଦଳକୁ ୭୭ ହଜାର ୭ଶହ ୭୭ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ରବିବାର ସର୍କିଟହାଉସ୍ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତା ଏହା କହିଛନ୍ତି । ରାଜ୍ୟ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିବେ ଏବଂ ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ଫେମସ୍ କ୍ଲବ ସଭାପତି ବିଶ୍ୱଜିତ ତ୍ରିପାଠୀ ଏହା କହିଛନ୍ତି । ଏହି ପ୍ରତିଯୋଗିତାରେ ତୃତୀୟ ଅମ୍ପାୟାର୍ ବ୍ୟବସ୍ଥା ସହ ଓସିଏ ପ୍ୟାନେଲ ଅମ୍ପାୟାର ମ୍ୟାଚ୍ ପରିଚାଳନା କରିବେ ବୋଲି ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି ।
