ପ୍ରଣୟ ପାଣିଙ୍କ ପ୍ରଶିକ୍ଷଣରେ ଭାରତୀୟ ହ୍ୟାଣ୍ଡବଳ ଦଳର ବ୍ରୋଞ୍ଜ ପଦକ ହାସଲ


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଉଜବେକିସ୍ତାନର ତାସକେଣ୍ଟ ଠାରେ ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇଥିବା ସେଣ୍ଟ୍ରାଲ ଏସିଆ ହ୍ୟାଣ୍ଡବଲ ଚମ୍ପିଆନସିପରେ ଭାରତୀୟ ଦଳ ଉଚ୍ଚକୋଟୀର ଖେଳପ୍ରଦର୍ଶନ କରି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

   ଏହି ଚମ୍ପିଆନସିପରେ ୧oଟି ଦେଶ ଭାଗ ନେଇଥିଲେ । ଭାରତ ପ୍ରଥମ ଲିଗ ମ୍ୟାଚ ଉଜବେକିସ୍ତାନ ଠାରୁ କଡା ସଂଘର୍ଷରେ ହାରିବା ପରେ କାଜାକିସ୍ଥାନ, ତୁର୍କମେନିସ୍ଥାନ ଓ ଆସ୍ଥାନୀୟା ଠାରୁ ଜିତି କ୍କାଟର ଫାଇନାଇରେ ପହଞ୍ଚିଥିଲା । ସେଠାରେ ପ୍ରଶିକ୍ଷକ ପ୍ରତୀୟଙ୍କ ସଠିକ ରଣନୀତି ଓ ଖେଳାଳୀଙ୍କ ଅଦଳ ବଦଳ ଯୋଗୁଁ ଟିମ ସେମିଫାଇନାଲରେ ପହଞ୍ଚିଥିଲା । ସେମିଫାଇନାଲରେ ପୁଣି ଥରେ ଘରୋଇ ଦଳ ଉଜବେକିସ୍ଥାନ ଠାରୁ ହାରିଥିଲା ଭାରତ ।

    ପଦକ ପାଇଁ କାଜାକିସ୍ଥାନ ସହ ଭଲ ଖେଳପ୍ରଦର୍ଶନ କରି ୩ଟି ଗୋଲରେ ଜିତି ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ଏହି ଭାରତୀୟ ଦଳରେ ଓଡ଼ିଶା ତଥା କେନ୍ଦୁଝରର ଖେଳାଳୀ ରାଜାରାମ ପଣ୍ଡା ନିଜ ଖେଳ ନୈପୁନ୍ୟକତା ଦେଖାଇ ସମସ୍ତଙ୍କ ଦୃଷ୍ଟି ଆକକର୍ଷଣ କରିଥିଲେ । ସେ ୬ଟି ମ୍ୟାଚରେ ସର୍ବାଧିକ ୨୯ଟି ଗୋଲ କରିଥିଲେ । ଫଳରେ ପୁରା ଦର୍ଶକ ତଥା ଅନ୍ୟ ଦେଶର ଖେଳାଳୀ ତାଙ୍କୁ ଅନେକ ପ୍ରଶଂସା କରିଥିଲେ । ଶେଷରେ ଉଜବେକିସ୍ତାନ ଅଲମ୍ପିକ ସଂଘର ସଭାପତି ସମସ୍ତଙ୍କୁ ପଦକ ପ୍ରଦାନ କରିଥିଲେ ।

    ଏହି ଖବର ଶୁଣିବା ପରେ ଭାରତୀୟ ହ୍ୟାଣ୍ଡବଲ ସଂଘ ତଥା ରାଜ୍ୟ ସଂଘର କର୍ମକର୍ତ୍ତା ଶୁଭେଛା ଜଣାଇଛନ୍ତି । ଏଥିସହ ଭାରତୀୟ ହ୍ୟାଣ୍ଡବଲ ସଂଘ ପକ୍ଷରୁ ପ୍ରଶିକ୍ଷିକ ପ୍ରଣୟ କୁମାର ପାଣିଙ୍କୁ ଆଗାମୀ ଜୁଲାଇରେ ବାଙ୍ଗଲାଦେଶରେ ହେବାକୁ ଥିବା ଜୁନିୟର ଆନ୍ତଃଜାତୀୟ ହ୍ୟାଣ୍ଡବଲ ଟ୍ରଫି ଟିମର ପ୍ରଶିକ୍ଷକ ପାଇଁ ନିମନ୍ତ୍ରଣ ମିଳିଛି । ଏହାକୁ ନେଇ ଜିଲା ହ୍ୟାଣ୍ଡବଲ ସଂଘ ସଭାପତି ଇଂ ବସନ୍ତ କୁମାର ଦାନି , ସମ୍ପାଦକ ରିତିକ ଅଧିକାରୀ, ଜିଲ୍ଲା କ୍ରିଡା ସଂସ୍ଥା ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ଶୁଭେଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *