ରାଜ୍ୟସ୍ତରୀୟ ବାଳକ ଓ ବାଳିକା ହ୍ୟାଣ୍ଡବଲ ଚମ୍ପିଆନସିପ୍ ଉଦ୍‌ଯାପିତ

ବାଳିକାରେ କେନ୍ଦୁଝର ଓ ବାଳକରେ ଗଞ୍ଜାମ ଚମ୍ପିଆନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରରେ ଚାଲିଥିବା ୨୨ତମ ରାଜ୍ୟସ୍ତରୀୟ କନିଷ୍ଠ ବାଳକ ଓ ବାଳିକା ହ୍ୟାଣ୍ଡବଲ୍ ଚମ୍ପିଆନସିପ୍ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାର ବାଳିକା ବର୍ଗରେ କେନ୍ଦୁଝର ଓ ବାଳକବର୍ଗରେ ଗଞ୍ଜାମ ଚମ୍ପିଆନ ହୋଇଛି ।

     କେନ୍ଦୁଝର ବାଳକ ଦଳ ଦେବଗଡ଼କୁ ୧୮-୧୦ ଗୋଲରେ  ଏବଂ ଗଞ୍ଜାମ ଭୁବନେଶ୍ଵରକୁ ୧୭-୧୩ ଗୋଲରେ ହରାଇ ଫାଇନାଲରେ ପହଞ୍ଚିଥିଲେ । ଫାଇନାଲରେ ଗଞ୍ଜାମ କେନ୍ଦୁଝରକୁ ୧୭-୧୦ ଗୋଲରେ ହରାଇ ଚମ୍ପିଆନ ହୋଇଛି । ସେହିପରି ବାଳିକା ବିଭାଗରେ କେନ୍ଦୁଝର ପୁରି ଦଳକୁ ୯-୩ ଗୋଲରେ ଓ ଯାଜପୁର ଗଞ୍ଜାମକୁ ୭-୫ ଗୋଲରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲରେ କେନ୍ଦୁଝର ଯାଜପୁରକୁ ୧୪-୭ ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଛି ।

   ଏହି ଖେଳରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି କେନ୍ଦୁଝର ବାଳିକା ଦଳର ପ୍ରତ୍ୟୁଷା ପଲ୍ଲବୀ ଶ୍ରେଷ୍ଠ ଖେଳାଳୀ ହୋଇଥିବା ବେଳେ ନିକିତା ପ୍ରିୟଦର୍ଶନୀ ଶ୍ରେଷ୍ଠ ଗୋଲ କିପର ଭାବରେ ପୁରସ୍କୃତ ହୋଇଛନ୍ତି । ସେହିପରି ବାଳକ ବିଭାଗରେ ରାୟଗଡାର ସୁମନ ଗୌଡ ଶ୍ରେଷ୍ଠ ଖେଳାଳୀ ହୋଇଥିବା ବେଳେ ଗଞ୍ଜାମର ରୋହନ ସାହୁ ଶ୍ରେଷ୍ଠ ଗୋଲ କିପର ଭାବରେ ପୁରସ୍କୃତ ହୋଇଛନ୍ତି । 

          କେନ୍ଦୁଝର ହ୍ୟାଣ୍ଡବଲ୍ ପଡ଼ିଆରେ ଆୟୋଜିତ ଏହି ଚମ୍ପିଆନସିପର ଉଦଯାପନୀ ସମାରୋହରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିଆନ ଓ ରନର୍ସଅପ଼ ଦଳକୁ ପୁରସ୍କୃତ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲୀକ, ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସିନ୍ ଉପସଭାପତି ତଥା ରାଜ୍ୟ ହ୍ୟାଣ୍ଡବଲ ସଂଘ ସମ୍ପାଦକ ଇଂ ମାନସ କୁମାର ସିଂ, ଜିଲ୍ଲା ହ୍ୟାଣ୍ଡବଲ ସଂଘ ସଭାପତି ଇଂ ବସନ୍ତ କୁମାର ଦାନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ହ୍ୟାଣ୍ଡବଲ ସଂଘ ସମ୍ପାଦକ ରିତିକ ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *