କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରରେ ଉଦଘାଟିତ ହୋଇଛି ୨୨ତମ ରାଜ୍ୟସ୍ତରୀୟ କନିଷ୍ଠ ବାଳକ ଓ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତା । କେନ୍ଦୁଝର ହ୍ୟାଣ୍ଡବଲ୍ ପଡ଼ିଆରେ ଆୟୋଜିତ ଏହି ପ୍ରତିଯୋଗିତାକୁ ସାଂସଦ ଅନନ୍ତ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସିନ ଉପସଭାପତି ତଥା ରାଜ୍ୟ ହ୍ୟାଣ୍ଡବଲ ସଂଘ ସମ୍ପାଦକ ଇଂ ମାନସ କୁମାର ସିଂ, ବୈତରଣୀ ଖଣି ପ୍ରବନ୍ଧକ, ରାଜ୍ୟ ହ୍ୟାଣ୍ଡବଲ ସଂଘ ସଭାପତି ବିଳ୍ପପ ଚୈଧୁରୀ, ଜିଲ୍ଲା ହ୍ୟାଣ୍ଡବଲ ସଂଘ ସଭାପତି ଇଂ ବସନ୍ତ କୁମାର ଦାନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଜିଲ୍ଲା ହ୍ୟାଣ୍ଡବଲ ସଂଘ ସମ୍ପାଦକ ରିତିକ ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ । ପ୍ରଥମେ ଷ୍ଟାଡିୟମରେ ସାଂସଦ ପାଣ୍ଠିରେ ନିର୍ମିତ ସେଡକୁ ସାଂସଦ ଶ୍ରୀ ନାୟକ ଉଦଘାଟନ କରିଥିଲେ । ଏହାପରେ ଖେଳର କିପରି ଅଧିକ ବିକାଶ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା ସହ ସବୁ ପ୍ରକାର ସୁବିଧା ସହୋଯୋଗ ଯୋଗାଇ ଦେବାକୁ ସାଂସଦ ଶ୍ରୀ ନାୟକ ଏହି ଅବସରରେ ପ୍ରତିଶ୍ରୁତି ଦେଇ ଏହା କହିଛନ୍ତି । ଏହି ପ୍ରତିଯୋଗିତାରେ ୧୬ଟି ଜିଲ୍ଲାର ବାଳକ ଓ ବାଳିକା ଖେଳାଳୀ ଯୋଗ ଦେଇଥିବା ବେଳେ ସମୁଦାୟ ୪୦ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଆସନ୍ତା ୧୩ ତାରିଖରେ ଏହାର ଉଦଯାପନୀ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଖେଳକୁ ପରିଚାଳନା ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବଛାବଛା ୨୦ ଜଣ ରେଫରୀ ନିୟୋଜିତ ହୋଇଛନ୍ତି ।

