ଅନ୍ନପୂର୍ଣ୍ଣାଙ୍କୁ ପଞ୍ଚାୟତ ଗୌରବ ସମ୍ମାନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ, ସଂସୃଷ୍ଟି ସଙ୍ଗଠନ ଏବଂ ପଞ୍ଚାୟତ ବିକାଶ ପରିଷଦ ମିଳିତ ଆନୁକୂଲ୍ୟରେ ଜାତୀୟ ପଞ୍ଚାୟତିରାଜ ଦିବସ ଭୁବନେଶ୍ୱର ମୈତ୍ରୀବିହାରସ୍ଥିତ ସଂସୃଷ୍ଟି ସଭାକକ୍ଷରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ପାଇଁ ରହିଥିବା ସ୍ଵତନ୍ତ୍ର ଆହ୍ୱାନ, ପଞ୍ଚାୟତର ସାମଗ୍ରିକ ବିକାଶ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

   ଗବେଷକ ପ୍ରଫେସର ଆଶା ହଂସ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଜାତୀୟସ୍ତରରେ ସମ୍ମାନିତ ପ୍ରତିଭା ତଥା ବହୁ ମାନ୍ୟତାପ୍ରାପ୍ତ ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ପଞ୍ଚାୟତର ଆଦର୍ଶ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କୁ ପଞ୍ଚାୟତ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି ।

  ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି , ପଞ୍ଚାୟତ ବିଶେଷଜ୍ଞ ଓ ସମାଜବିଜ୍ଞାନୀ ମାନଙ୍କୁ ନେଇ  ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ପାଇଁ ରହିଥିବା ସ୍ଵତନ୍ତ୍ର ଆହ୍ୱାନ ଓ ପଞ୍ଚାୟତର ବିକାଶ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା । ଡେଭଲପମେଣ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶିକା ଡ. ସ୍ଵର୍ଣ୍ଣମୟୀ ତ୍ରୀପାଠୀ , ଗବେଷଣା ଚକ୍ରଧର ପ୍ରାକ୍ତନ ସଭାପତି ପ୍ରଫେସର ବିଜୟ ବହିଦାର , ପଞ୍ଚାୟତ ବିକାଶ ପରିଷଦର ରାଜ୍ୟ ଆବାହକ ନିରାକାର ବେଉରାଙ୍କ ସମେତ ଟାଟାଷ୍ଟିଲ ଫାଉଣ୍ଡେସନ ଆଠଗଡ଼ ମୁଖ୍ୟ ପରିଚାଳକ ଆଶୁତୋଷ କୁମାର ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

    କାର୍ଯ୍ୟକ୍ରମରେ ପଞ୍ଚାୟତ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ, ସୁଜାତା ମହାନ୍ତି, ବଳରାମ ରଣସିଂହ, ମାୟାଧର ବେହେରା, ଦ୍ୟୁତିକୃଷ୍ଣ ନାୟକ, ଅଳକା ସାହୁ, ସ୍ଵପ୍ନା ବିଶ୍ଵାଳ ପ୍ରମୁଖ ଅଂଶଗ୍ରହଣ କରି ପଞ୍ଚାୟତର ସାମଗ୍ରିକ ଉନ୍ନତି ଓ ଏହାର ବିକାଶଚିତ୍ରର ମଡେଲ ସମ୍ପର୍କିତ ପରିଯୋଜନା ସହିତ କୌଶଳ ଅବଲମ୍ବନ କରି ପଞ୍ଚାୟତକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ବିଭିନ୍ନ ଦିଗ ଉପରେ ମତ ବିନିମୟ କରିଥିଲେ ।

Leave a Reply

Your email address will not be published. Required fields are marked *