କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପାଟଣା ବ୍ଲକ ମଲ୍ଲିପଶି ଛକ ମୁଷାଖରୀ ହୋଇ ସରାସକୋଲା ଯାଇଥିବା ରାସ୍ତା ମରଣଯନ୍ତା ପାଲଟିଥିଲା । ଏ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ମରାମତି କାମ ଆରମ୍ଭ ହୋଇଛି। ଏହି ରାସ୍ତାର ୨ କି.ମି ୨୪୦ମିଟର ରାସ୍ତାକୁ ପୁଣିଥରେ ପିଚୁ କରା ଯାଉଥିବା ବେଳେ ଏହି ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।
ଆଙ୍ଗୁଠିରେ ଉଖାଡିଲେ ରାସ୍ତାରୁ ଫଡା ଫଡା ହୋଇ ପିଚୁ ଉଠି ଯାଉଛି। ଫଳରେ ଏହି ରାସ୍ତାରେ ଭାରୀ ଯାନବାହନ ଚଳାଚଳ କଲେ ଅଳ୍ପ ଦିନରେ ରାସ୍ତା ପୁନର୍ବାର ଖରାପ ହୋଇଯିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯିବାରୁ ବର୍ଷା ଯୋଗୁଁ କିଛି ଅଂଶ ଏପରି ହୋଇଥିବା ସେ ସଫେଇ ଦେଇଥିଲେ। ଯେଉଁ ଅଂଶ ଏପରି ହୋଇଥିବ ତାହା ପୁନର୍ବାର ସଠିକ ଭାବେ କରାଯିବ ବୋଲି କହିଥିଲେ। ସ୍ଥାନୀୟ ଲୋକେ ତରଳ ପିଚୁ ଅଠା ଠିକ ଭାବେ ଦିଆ ଯାଇ ନଥିବାରୁ ଏପରି ଘଟୁଥିବା ଅଭିଯୋଗର ଉଚ୍ଚ କତ୍ତୃପକ୍ଷ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି ।
ମଲ୍ଲିପଶି-ସରାସକୋଲା ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର
