ଦେଶରେ ହେବନି ଲକଡାଉନ୍‌

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଇରାନ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ଦେଶବ୍ୟାପୀ ଲକଡାଉନ୍ ହେବା ନେଇ ଚାଲିଥିବା ଆଲୋଚନା ଗୁଜବରେ ପରିଣତ ହୋଇଛି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଗୁଜବ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। କେନ୍ଦ୍ର ସରକାର ଏବେ ସ୍ପଷ୍ଟ କରିଛନ୍ତି ଯେ, ଦେଶରେ କୋଭିଡ ଭଳି ଲକଡାଉନ୍ ଲାଗୁ ହେବ କି ନାହିଁ।

     କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ପରେ ଏବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଲକଡାଉନ ଗୁଜବର ଜବାବ ରଖିଛନ୍ତି। ସେ ବିରୋଧୀଙ୍କୁ ମଧ୍ୟ ପରୋକ୍ଷ ଭାବେ ଟାର୍ଗେଟ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ମୁଁ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ, ଦେଶରେ କୌଣସି ଲକ୍‌ଡାଉନ୍ ହେବ ନାହିଁ।” “ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, କିଛି ନେତା କହୁଛନ୍ତି ଯେ ଲକ୍‌ଡାଉନ୍ ହେବ ଏବଂ ଇନ୍ଧନର ଅଭାବ ଦେଖାଦେବ। କିନ୍ତୁ ଏହା ଭିତ୍ତିହୀନ।

    ରାଜନୈତିକ କ୍ଷେତ୍ରରେ ଥିବା ଲୋକଙ୍କ ଏପରି ବୟାନ ଚିନ୍ତାଜନକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ନବମୀରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କର ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ।

Leave a Reply

Your email address will not be published. Required fields are marked *