କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ପୁରୁଣାବଜାର ହୁଣ୍ଡାଦ୍ୱାରସାହି ବାନଦୂର୍ଗା ସାଂସ୍କୃତିକ କ୍ଲବ ପକ୍ଷରୁ ୪୧ତମ ବାସନ୍ତୀ ଦୁର୍ଗା ପୂଜା ମହାସମାରୋହରେ ଆରମ୍ଭ ହେଇଛି। କଳସ ଶୋଭାଯାତ୍ରା ବାହାରି ଯଥାବିଧି ପୂଜା ଆରମ୍ଭ ହେଇଥିବା ବେଳେ ବୁଧବର ସପ୍ତମୀ ଓ ଗୁରୁବାର ଅଷ୍ଟମୀ ପୂଜା ସମ୍ପନ୍ନ ହେଇଛି। ଶୁକ୍ରବାର ମହା ନବମୀ ପୂଜା ପରେ ଶନିବାର ବିଜୟା ଦଶମୀ ପୂଜାସୋବ ହୋଇ ରବିବାର ସନ୍ଧ୍ୟାରେ ଭସାଣି ଉତ୍ସବ ହେବ ବୋଲି ସଭାପତି ବିଭୂତି ଭୂଷଣ ରାଉତ କହିଛନ୍ତି।
ବୁଧବାର ଠାରୁ ଶନିବାର ପର୍ଯ୍ୟନ୍ତ ୪ ଦିନଧରି ପୂଜା ମଣ୍ଡପ ନିକଟରେ ସାଂସ୍କୃତିକ କର୍ଜୀୟକ୍ରମ ମହିଳା ପାଲା ପରିବେଷଣ ଭକ୍ତଙ୍କୁ ଆକୃଷ୍ଟ କରୁଛି। କ୍ଲବ ସଭାପତି ବିଭୂତି ଭୂଷଣ ରାଉତ, ସମ୍ପାଦକ ତ୍ରିଦିବ୍ୟ ସିଂ, କୋଷାଧ୍ୟକ୍ଷ ରାଜେଶ ରାଉତ, ସଞ୍ଜୟ କୁମାର ଦେଓ, ପ୍ରଦୀପ କୁମାର ଦେଓ, ଆଦିତ୍ୟ ରାଉତ, ରାହୁଲ ରାଉତ, ଅନ୍ତର୍ଯ୍ୟାମୀ ରାଉତ, ତନ୍ମୟ ପାଲ, ଅବନୀ ରାଉତ, ଚିତ୍ତରଞ୍ଜନ ଦେହୁରୀ, ପ୍ରଦୀପ କୁମାର ସିଂ, କରୁଣା କର ବ୍ରହ୍ମ, ରଞ୍ଜନ କୁମାର ରାଉତ, ପୂଜକ ପଣ୍ଡିତ ଯୋଗେନ୍ଦ୍ର ପଣ୍ଡା ଓ ସ୍ୱରୂପାନଦ୍ ପଣ୍ଡା ଏହି ପୂଜାକୁ ଆଗେଇ ନେଇଥିବା ବେଳେ ତ୍ରିଦିବ୍ଯ ସିଂ ଓ ଜ୍ୟୋସ୍ନାମୟୀ ସିଂ କର୍ତ୍ତା ଭାବେ ଯଥାବିଧି ପୂଜାକାର୍ଯ୍ୟ ତୁଲାଉଛନ୍ତି।
