ଜିନ୍ଦଲ ସ୍କୁଲ ଛାତ୍ର ବିରାଟ ଇସ୍ରୋ ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ ପାଇଁ ମନୋନୀତ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିନ୍ଦଲ ସ୍କୁଲ ବଡବିଲର ଦଶମଶ୍ରେଣୀ ଛାତ୍ର ବିରାଟ ସିଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଦ୍ୱାରା ଆୟୋଜିତ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି।  ବିଶେଷକରି ମହାକାଶ ବିଜ୍ଞାନ ଓ ଗବେଷଣା ପାଇଁ ନିଜର ନିଷ୍ଠା ଓ ଆଗ୍ରହ ପାଇଁ ସେ ଏହି ସଫଳତା ପାଇଛନ୍ତି।

        ଏହି ସଫଳତା ପାଇଁ ବିରାଟଙ୍କୁ ଜିନ୍ଦଲ ସ୍କୁଲ ଅଧ୍ୟକ୍ଷା ସଙ୍ଗୀତା ଦାସ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି। ପିଲାଙ୍କ ମନରେ ପୁସ୍ତକ ଜ୍ଞାନ ଓ ଗବେଷଣାତ୍ମକ ଜ୍ଞାନ ମଧ୍ୟରେ ଥିବା ଦୂରତାକୁ ଦୂର କରିବା ଏହି ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମର ଲକ୍ଷ୍ୟ।

   ଉପଗ୍ରହ ପ୍ରଯୁକ୍ତିବିଦ୍ୟା, ରକେଟ ଉତକ୍ଷେପଣ, ମହାକାଶ ଅଭିଯାନ ଓ ମହାକାଶ ପଦାର୍ଥ ବିଜ୍ଞାନ ସମ୍ପର୍କିତ ପ୍ରାକ୍ଟିକାଲ ଜ୍ଞାନ ହାସଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ବହୁତ ସହାୟକ ହେବ। ଏହି କାର୍ଯ୍ୟକ୍ରମ ପାଇଁ ମନୋନୀତ ଛାତ୍ରଛାତ୍ରୀ ଦେଶର ବିଭିନ୍ନ ଇସ୍ରୋ ସେଣ୍ଟରରେ ବହୁ ପ୍ରତିଷ୍ଠିତ ମହାକାଶ ବିଜ୍ଞାନୀ ଓ ଗବେଷକଙ୍କଠାରୁ ସେମାନେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବେ।

Leave a Reply

Your email address will not be published. Required fields are marked *