ଆରଡିସି ତଦନ୍ତକୁ ବିରୋଧ କରିବାକୁ ଅଣ୍ଟା ଭିଡିଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସଂଘ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜମା ଟଙ୍କା ପାଇବା ପାଇଁ  ବ୍ୟାଙ୍କକୁ ଭଉଣୀର ଶବ ଓ କଙ୍କାଳ ଖୋଳି କାନ୍ଦରେ ବୋହି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା ସାରା ରାଜ୍ୟରେ  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଘଟଣାରେ ଆରଡିସିଙ୍କୁ ତଦନ୍ତ ଭାର ପରେ ଉତ୍ତରାଞ୍ଚଳ ଆରଡିସି ସଂଗ୍ରାମ ମହାପାତ୍ର ଗୁରୁବାର ତଦନ୍ତ ସାରି ଏଥିପାଇଁ ବ୍ୟାଙ୍କ କିର୍ତ୍ତପକ୍ଷ ଦାୟୀ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖ ରେ ନିଜର ବକ୍ତବ୍ୟ ରଖିଥିଲେ । ଏହାପରେ ଆରଡିସିଙ୍କ ତଦନ୍ତକୁ ବିରୋଧ କରିବାକୁ ଅଣ୍ଟା ଭିଡିଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସଂଘ। ଆରଡିସିଙ୍କ ପ୍ରତିକ୍ରିୟା ପରେ ମଲ୍ଲିପଶି ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜରଙ୍କ ସପକ୍ଷରେ ବାହାରିଛି ସଂଘ।

       ଶୁକ୍ରବାର ଅପରାହ୍ନରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସଂଘ ପକ୍ଷରୁ  ହୋଟେଲ ଶ୍ରୀ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିତୁ ମୁଣ୍ଡାଙ୍କ ଘଟଣାରେ ବ୍ୟାଙ୍କ ମ୍ୟାନେଜରଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ ଆରଡିସିଙ୍କ ତଦନ୍ତକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି। ଏପରିକି ଯଦି ମଲ୍ଲୀପଶୀ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ତେବେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସଂଘ ମ୍ୟାନେଜରଙ୍କ ସପକ୍ଷରେ ବାହାରିବ ବୋଲି ଚେତାବନୀ ଦେଇଛନ୍ତି।

.     କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପଶି ବ୍ୟାଙ୍କରୁ ଟଙ୍କା ପାଇବା ପାଇଁ ମଶାଣିରୁ ଭଉଣୀର କଙ୍କାଳ ନେବା ଘଟଣାରେ ଘଟଣାସ୍ଥଳରେ ତଦନ୍ତ ପାଇଁ ପହଞ୍ଚିଛନ୍ତି ଆରଡିସି ସଂଗ୍ରାମ କେଶରୀ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଏବଂ ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ।

ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା(୫୦)ଙ୍କ ବଡ ଭଉଣୀ କାଲରା ମୁଣ୍ଡା (୫୬) ଙ୍କ ଗତ ଜାନୁଆରୀ ୨୬ ତାରିଖରେ ପେଟ ରୋଗ କାରଣରୁ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାମରେ ଜମା ଥିବା ବଳଦ ବିକ୍ରି ପାଖାପାଖି ୨୦ ହଜାର ଟଙ୍କା ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଜମା ଥିଲା। ଏହି ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଦୌଡି ନିରାଶ ହୋଇଥିଲେ। ଶେଷରେ ବ୍ୟାଙ୍କ ପରିଚାଳକ ଜିତୁଙ୍କୁ ଭଉଣୀକୁ ନେଇକି ଆସ ଟଙ୍କା ଦେବି କହିବାରୁ ଜିତୁ ଭଉଣୀର ୩ ମାସର କଙ୍କାଳ ସାର ଶବକୁ କବରରୁ ବାହାର କରି ଏକ ବସ୍ତାରେ ପୁରାଇ ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଆଣି ବାରଣ୍ଡାରେ ରଖି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଦାବି କରିବା ଘଟଣା ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *