ଜିନ୍ଦଲ ଷ୍ଟିଲ ପ୍ରତିଷ୍ଠାତା ଓ.ପି ଜିନ୍ଦଲଙ୍କ ୯୬ତମ ଜୟନ୍ତୀ

କାରଖାନା ଓ ଖଣି ପକ୍ଷରୁ ଶ୍ରଦ୍ଧାଞ୍ଜଳି

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିନ୍ଦଲ ଷ୍ଟିଲ ପ୍ରତିଷ୍ଠାତା ଓ.ପି ଜିନ୍ଦଲ (ବାଉଜୀ)ଙ୍କ ୯୬ତମ ଜୟନ୍ତୀ ଶୁକ୍ରବାର ଜିନ୍ଦଲ ଷ୍ଟିଲ ବଡବିଲ ପେଲେଟ୍ ପ୍ଲାଣ୍ଟ, ଟେନସା, କାସିଆ ଏବଂ ରୋଇଡା ଖଣି ଅଞ୍ଚଳରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିନ୍ଦଲ ପରିବାର ପକ୍ଷରୁ ସ୍ୱର୍ଗତଃ ଓ.ପି ଜିନ୍ଦଲଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ବିଭିନ୍ନ ୟୁନିଟରେ ଆଧ୍ୟାତ୍ମିକ, ସାଂସ୍କୃତିକ, କ୍ରୀଡା ଏବଂ ସମାଜସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

        ବଡବିଲ ପେଲେଟ ପ୍ଲାଣ୍ଟସ୍ଥିତ ଶ୍ରୀ ଶ୍ରୀ ଦେବେଶ୍ୱର ମହାଦେବ ମନ୍ଦିର ପରିସରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ସ୍ୱର୍ଗତଃ ଜିନ୍ଦଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରଯାଇଥିଲା। କାର୍ଯ୍ୟକ୍ରମରେ ୟୁନିଟ ମୁଖ୍ୟ ସତୀଶ ସିନ୍ଦୁରିଆ, ଭାଇସ ପ୍ରେସିଡେଣ୍ଟ ଏସ୍.କେ ଶର୍ମା, ମାନବସମ୍ବଳ ମୁଖ୍ୟ ବିକାଶ ଘୋଷଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ସେମାନଙ୍କ ପରିବାରବର୍ଗ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଟାଉନସିପ୍ ପରିସରରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଜିନ୍ଦଲଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଇ ଜିନ୍ଦଲ ନଗର ଲେଡିଜ୍ କ୍ଲବ ପକ୍ଷରୁ କମ୍ୟୁନିଟି ହଲ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। 

          କାସିଆ ଲୌହଖଣି ଟାଉନସିପ୍ ମନ୍ଦିର ପରିସରରେ ମଧ୍ୟ ପୂଜା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ବିକେଟିଆର ୟୁନିଟ୍‌ର କ୍ଲଷ୍ଟର ମୁଖ୍ୟ ପ୍ରମୋଦ କୁମାର ପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ସାମିଲ ହୋଇଥିଲେ। ଟାଉନସିପ୍‌ ପରିସରରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଟେନସା ୟୁନିଟ୍‌ ପକ୍ଷରୁ ମଧ୍ୟ ଟାଉନ୍‌ସିପ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ୟୁନିଟ ମୁଖ୍ୟ ରାଜେଶ ପଟେଲଙ୍କ ସମେତ ୟୁନିଟର ବରିଷ୍ଠ ଅଧିକାରୀ ଏବଂ ସେମାନଙ୍କ ପରିବାରବର୍ଗ ସାମିଲ ହୋଇଥିଲେ। ଏହି ଅବସରରେ ସିଏସଆର ଟିମ୍ ପକ୍ଷରୁ ଡେଙ୍ଗୁଳା ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ୍ ବଣ୍ଟନ କରାଯାଇଥିଲା। ୟୁନିଟ୍ ହେଡ୍‌ଙ୍କ ସମେତ ବରିଷ୍ଠ ଗ୍ରାମବାସୀ, ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

       ସ୍ବର୍ଗତଃ ଜିନ୍ଦଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କୁରୁକ୍ଷେତ୍ର ସାଂସଦ ତଥା ଜିନ୍ଦଲ ଷ୍ଟିଲ ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି, ‘ସଫଳତା ପାରିପାର୍ଶ୍ୱିକ ପରିସ୍ଥିତି ଦ୍ୱାରା ନିର୍ଦ୍ଧାରିତ ହୁଏ ନାହିଁ, ବରଂ ସଂକଳ୍ପ, ସାହସ, ଏବଂ ନିଜର କର୍ମ ଦ୍ୱାରା ନିର୍ଦ୍ଧାରିତ ହୁଏ’। ବାଉଜୀଙ୍କ ଚିନ୍ତାଧାରା ଓ ମୂଲ୍ୟବୋଧ ଆଜି ମଧ୍ୟ ଆମକୁ ପଥ ପ୍ରଦର୍ଶନ କରୁଛି। ସେ ଆହୁରି କହିଛନ୍ତି ଯେ, ‘ପୂଜ୍ୟ ବାଉଜୀ ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲଜୀଙ୍କ ୯୬ତମ ଜୟନ୍ତୀରେ ମୁଁ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶ ଜିନ୍ଦଲ ପରିବାର ସହ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଦେଶ ନିର୍ମାଣ ପଥରେ ପ୍ରେରଣା ଦେଉଛି’।

     ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସିଏସ୍ଆର ମୁଖ୍ୟ ଭର୍ଜିଲ ଲାକ୍ରାଙ୍କ ନେତୃତ୍ୱରେ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ବିଭିନ୍ନ କ୍ରୀଡା ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ଗୁଡ଼ିକରେ ତର୍କ, କୁଇଜ୍, ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ବଡବିଲ ସୋୟାବାଲିସ୍ଥିତ ଜିନ୍ଦଲ ସ୍କୁଲରେ ମଧ୍ୟ ବାଉଜୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ କ୍ଲଷ୍ଟର ମୁଖ୍ୟ ପ୍ରମୋଦ କୁମାର ପାତ୍ର ଏବଂ ବଡବିଲ ୟୁନିଟ ମୁଖ୍ୟ ସତୀଶ ସିନ୍ଦୁରିଆ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଉଷୁ ଚାମ୍ପିୟନମାନଙ୍କୁ ସମ୍ମାନିତ କରିଥିଲେ। ଏଥିସହ ଆଦିବାସୀ ବିକାଶ ସମିତିର ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ପୌଷ୍ଟିକ ଖାଦ୍ୟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଗ୍ରାମବାସୀ ବୃନ୍ଦ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *