କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରର ଅଗ୍ରଣୀ ଶିଳ୍ପାନୁଷ୍ଠାନ ଏମଏସପି ସ୍ପଞ୍ଜ କାରଖାନା ପ୍ରତିଷ୍ଠା ସମୟରୁ ଦୀର୍ଘବର୍ଷ ଧରି କାର୍ଯ୍ୟରତ ବରିଷ୍ଠ ଅଧିକାରୀ ସଞ୍ଜୟ କୁମାର ସାହୁ ସେପ୍ଟେମ୍ବର ୩୦ ତାରିଖ ସ୍ୱେଚ୍ଛାକୃତ ଅବସରଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀ ସାହୁ କାରଖାନା ପ୍ରତିଷ୍ଠା ଦିନଠାରୁ କାର୍ଯ୍ୟରେ ଯୋଗଦାନ କରି ନିଜର ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରିବା ସହ କାରଖାନାକୁ ଏକ ଅଗ୍ରଣୀ ଏବଂ ଲୋକାଭିମୁଖି ଭାବେ ପରିଗଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l
ଜଣେ ଭଦ୍ର, ମିଷ୍ଟଭାଷୀ, ପରୋପକାରୀ ଏବଂ ମେଳାପୀ ବ୍ୟକ୍ତି ରୂପେ କାରଖାନା ଅଧିକାରୀ ଠାରୁ ଆରମ୍ଭ କରି ଅଧସ୍ତନ କର୍ମଚାରୀ, ସ୍ଥାନୀୟ ଅଞ୍ଚଳବାସୀ ଏବଂ କେନ୍ଦୁଝର ସହରରେ ସମସ୍ତଙ୍କ ପ୍ରିୟଭାଜନ ଲାଭ କରିଥିଲେ । କିଛିବର୍ଷ ପୂର୍ବରୁ କାରଖାନା ସମ୍ପ୍ରସାରଣ ପାଇଁ ଆୟୋଜିତ ଜନଶୁଣାଣିକୁ ସଫଳ କରାଇବା ଏବଂ ବିଭିନ୍ନ ପ୍ରକଳ୍ପକୁ ଆହୁରି ଅଭିବୃଦ୍ଧି କରାଇବାରେ ଶ୍ରୀ ସାହୁଙ୍କ ଅବଦାନ ଅନସ୍ବିକାର୍ଯ୍ୟ । କର୍ମମୟ ଜୀବନ ଠାରୁ ସମାଜସେବାକୁ ସେ ଅଧିକ ଗୁରୁତ୍ୱ ଦେବା ସହ ଗରିବ ଜନସାଧାରଣଙ୍କ ଦୁଃଖ, ଅଭାବ ଅସୁବିଧା ସମୟରେ ସେ ସାହାଯ୍ୟର ହାତ ବଢ଼ାଉଥିଲେ l କାରଖାନା ପ୍ରଭାବିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମସଂସ୍ଥାନ ଯୋଗାଇବା ସହ ସ୍ଥାନୀୟ ଅଞ୍ଚଳର ପାରିପାର୍ଶ୍ଵିକ ଉନ୍ନତି ସହ ସାମାଜିକ, ସାଂସ୍କୃତିକ ଓ ଅର୍ଥନୀତିରେ ସମ୍ପୂର୍ଣ୍ଣ ସହଯୋଗର ହାତ ବଢାଇ ସମସ୍ତଙ୍କର ଅତି ପ୍ରିୟଭାଜନ ହୋଇପାରିଥିଲେ ।
କେନ୍ଦୁଝରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୋଟାରି କ୍ଲବ, ତୈଳିକ ବୈଶ୍ୟ ସମାଜ ଭଳି ବହୁ ଅନୁଷ୍ଠାନର ସେ ସଦସ୍ୟ ଥାଇ ନିଃସ୍ଵାର୍ଥପର ଭାବରେ ସମାଜସେବାରେ ନିଜକୁ ସମର୍ପି ଦେଇଛନ୍ତି l ଏହି ଅବସରରେ ଶ୍ରୀ ସାହୁଙ୍କୁ କାରଖାନା କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ବୁଧବାର ଏକ ଭାବବିହ୍ୱଳ କୋହଭରା ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଶ୍ରୀ ସାହୁ କାରଖାନାର କ୍ରାଇସିସ୍ ମ୍ୟାନେଜମେଣ୍ଟକୁ ଅତି ସହଜରେ ପରିଚାଳନା କରି ଆସୁଥିବା ବେଳେ ଆଗାମୀ ଦିନରେ କାରଖାନାର ଏହି ଗୁରୁ ଦାୟିତ୍ଵ କିଭଳି ତୁଲାଇବ ତାହା ଦେଖିବାକୁ ବାକି ରହିଲା ବୋଲି କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେଠାରୁ ଚର୍ଚ୍ଚାର ବିଷୟ ହୋଇଛି ।
