ଗିଲ୍‌ଙ୍କ ଦ୍ୱିଶତକ:ଭାରତର ବୄହତ ବିଜୟ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ କ୍ରିକେଟ ଶୃଙ୍ଖଳାରେ ଆଜି ଭାରତ ବୃହତ ବିଜୟ ହାସଲ କରିଛି । ଗୌହାଟୀରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟରେ ପରାସ୍ତ କରି ଭାରତ ଏହି ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଲାଭ କରିଛି ।
        

   ଗୌହାଟୀରେ ଅନୁଷ୍ଠିତ ଏହି ଦିବାରାତ୍ରୀ ମ୍ୟଚରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଭାରତ ପାଇଁ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ଠିଆ କରିଥିଲା । ଯାହାକୁ ଭାରତ ମାତ୍ର ୨ ୱିକେଟ ହରାଇ ୬.୩ ଓଭର ବାକି ଥାଇ ବିଜୟ ହାସଲ କରିଥିଲା ।
        

      ଜନ୍ କ୍ୟାମ୍ପବେଲ୍‌ଙ୍କ ୧୦୧, ସାଇ ହୋପଙ୍କ୍ ୧୦୪ ଏବଂ ଅମୀର ଜଙ୍ଗୁଙ୍କ ୧୧୪ ରନ୍‌ ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଭାରତ ପାଇଁ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ସ୍ଥିର କରିଥିଲା । ତେବେ ଭାରତୀୟ ଓପନିଂ ଯୋଡି ରୋହିତ ଶର୍ମା ଏବଂ ଅଧିନାୟକ ସୁବମନ ଗିଲ୍ ପ୍ରାରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳି ଭାରତର ବିଜୟ ପଥ ସୁଗମ କରିଥିଲେ । ରୋହିତ ୧୦୧ରନ୍ କରି ଆଉଟ୍ ହୋଇଥିବା ବେଳେ ଗିଲ୍ ୨୨୩ରନ୍ କରି ଶେଷ ପର୍ଯ୍ୟନ୍ତ ନଟଆଉଟ ଥିଲେ । ନିଜର ଏହି ଐତିହାସିକ ପାଳିରେ ଗିଲ ୮ଟି ଛକା ଓ ୨୪ଟି ଚୌକା ମାରିଥିଲେ । ବିରାଟ କୋହଲୀ ୧୯ ବଲ୍‌ରେ ୨୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଋତୁରାଜ ଗାଏକୱାର୍ଡ ୩୧ ରନ୍ କରି ନଟ୍‌ଆଉଟ୍ ରହିଥିଲେ ।

Leave a Reply

Your email address will not be published. Required fields are marked *