କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ପାସ୍ କରି ବିଦ୍ୟାଳୟର ଗୌରବ ବଢାଇଥିବା ୮ଜଣ ଛାତ୍ରଛାତ୍ରୀଙ୍କୁ ପରିଚାଳନା ସମିତି ତରଫରୁ ମଙ୍ଗଳବାର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ଶିକ୍ଷାବର୍ଷ ୨୦୨୫-୨୬ରେ ବିଦ୍ୟାଳୟରୁ ମୋଟ ୧୫୫ଜଣ ଛାତ୍ରଛାତ୍ରୀ ହାଇସ୍କୁଲ ପରୀକ୍ଷା ଦେଇ ସମସ୍ତେ ସଫଳତାର ସହ ପାସ୍ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସେଥିମଧ୍ୟରୁ ଏ-୧ ଗ୍ରେଡରେ ୮ ଜଣ, ଏ-୨ ଗ୍ରେଡରେ ୨୦ ଜଣ, ବି-୧ ଗ୍ରେଡରେ ୨୭ ଜଣ, ବି-୨ ଗ୍ରେଡରେ ୫୧ ଜଣ, ସି ଗ୍ରେଡରେ ୩୪ ଜଣ, ଡି ଗ୍ରେଡରେ ୧୪ ଜଣ ଓ ଇ ଗ୍ରେଡରେ ଜଣେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଏହି ଅବସରରେ ଆୟୋଜିତ ଏକ ସଭାରେ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା, ଯୁଗ୍ମସମ୍ପାଦକ ଜୟକୃଷ୍ଣ ମହାନ୍ତ, କୋଷାଧ୍ୟକ୍ଷ ଶିବ କୁମାର ରାଠୋର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଉଚ୍ଚ ଶିକ୍ଷିତ ହୋଇ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଆହ୍ଵାନ ଦେଇଥିଲେ। ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ପ୍ରାରମ୍ଭରେ ଅତିଥି ପରିଚୟ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏ-୧ ଶ୍ରେଣୀରେ ପାସ୍ ହୋଇଥିବା ମଧୁସ୍ମିତ ମାଝୀ, ହିମାଦ୍ରୀ ତନୟା ମହାନ୍ତ, ଏଚ୍ ବି ଜ୍ୟୋତିଷ୍ମନ ପାଲ, ସୋନାଲୀ ଖିଲାର, ଅନନ୍ୟା ଲେଙ୍କା, ସୌମ୍ୟରଞ୍ଜନ ମହାନ୍ତ, ଭୀଷ୍ମଦେବ ସାହୁ ଓ ଅର୍ପିତାରାଣୀ ବେହେରାଙ୍କୁ ଅତିଥିଗଣ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ବିଦ୍ୟାମନ୍ଦିର ବିଭାଗ ପର୍ଯ୍ୟାୟ ପ୍ରମୁଖ ଦେବାଶିଷ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା’ ଉପସ୍ଥିତ ଥିଲେ ।
