ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ-୨୦୨୬ ଉଦଘାଟିତ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସଦର ବ୍ଲକ ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିରୀଶପାଳ ଠାରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ-୨୦୨୬ ପାଳିତ ହୋଇଯାଇଛି ।

    ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କେନ୍ଦୁଝର ତଥା  ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ସାଂସଦ ପ୍ରତିନିଧି ଦିଲ୍ଲୀପ କୁମାର ପଣ୍ଡା, ଜିଲ୍ଲାପାଳ ବିଶାଲ ସିଂହ , ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର  ମହାଳିକ , ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାନ୍ତ, ଶ୍ରୀକାନ୍ତ ବେହେରା, ରୁଦ୍ରନାରାୟଣ ସାମଲ, ବ୍ଲକ ଉନ୍ନୟନ ଅଧିକାରୀ ବିନୋଦ ବିହାରୀ ପଣ୍ଡା, ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ଵେଷ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ମିଶ୍ର, କପିଳ ଚନ୍ଦ୍ର ଦାଶ, ତରଣୀସେନ ମୁଣ୍ଡା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ଵର ମହାନ୍ତ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଶୈକ୍ଷିକ ସଂଯୋଜକ ମାନସ ରଞ୍ଜନ ଦାଶ, ଭିନ୍ନକ୍ଷମ ସଂଯୋଜକ ପୀତବାସ ସାହୁ ଓ ସଦର ବ୍ଲକର  ସମସ୍ତ ସିଆରସିସି ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି ।

     ବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେବାକୁ ଥିବା ଶିଶୁ ବାଟିକାର କୁନି କୁନି ପିଲାମାନଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରଦାନ କରାଯିବା ସହ ଅତିଥି ମାନେ ଶିଶୁ ମାନଙ୍କୁ ଖଡ଼ିଛୁଆଁ କରାଇଥିଲେ । ଏହି ସମୟରେ ବିଦ୍ୟାଳୟର ପରିବେଶରେ ଗୁରୁକୂଳ ପରମ୍ପରାର ବାତାବରଣ ସୃଷ୍ଟି ହୋଇଥିଲା । ମୁଖ୍ୟଅତିଥି ଡାକ୍ତର ଶ୍ରୀ ନାଏକ ନିଜର ବକ୍ତବ୍ୟ ଛଳରେ ଶିଶୁ ମାନଙ୍କ ପ୍ରତି ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହ ଶିଶୁ ମାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ  ମା’ ମାନଙ୍କୁ  ଆହ୍ଵାନ ଦେଇଥିଲେ ।

    ସହକାରୀ ବ୍ଲକ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ଵେଷ ଓ ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ ଦୂର୍ଗାପ୍ରସନ୍ନ ଲାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଶେଷରେ ବ୍ଲକ ଶିକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

     ସର୍ବଶେଷରେ ମୁଖ୍ୟଅତିଥି ଡାକ୍ତର ଫକୀର ମୋହନ ନାଏକ,  ଜିଲ୍ଲାପାଳ ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ସଚେତନତା ରଥକୁ ଉଦଘାଟନ କରିଥିଲେ । ଏହି ସଚେତନତା ରଥ ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ବିଦ୍ୟାଳୟକୁ ପରିଦର୍ଶନ କରିବା ଯୋଜନା ରହିଛି ।

Leave a Reply

Your email address will not be published. Required fields are marked *