କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଳାଶପଙ୍ଗାର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏମଏସପି ସ୍ପଞ୍ଜ କାରଖାନା ହଳଦିଆଗୁଣାର ସିଓଓ ଶିବାନନ୍ଦ ପାଠକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ମନ୍ଦିରର ସଂସ୍କାର ଓ ବିଚାର ସମ୍ବନ୍ଧରେ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ ।
ସମ୍ମାନିତ ଅତିଥି ଭାବେ ବିଜେପି ପଳାଶପଙ୍ଗା ମଣ୍ଡଳ ସଭାପତି ଲମ୍ବୋଦର ମହାନ୍ତ ଯୋଗଦେଇ ଶିଶୁ ମନ୍ଦିରର ଶୃଙ୍ଖଳା ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ । ପଳାଶପଙ୍ଗା ସରପଞ୍ଚ ବାସନ୍ତୀ ନାଏକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ ।
ବିଜେପି ଜିଲ୍ଲା ଉପସଭାପତି ବିବେକାନନ୍ଦ ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂତନ ଶିକ୍ଷାନୀତି ଏବଂ ଶିଶୁ ମନ୍ଦିର ସାମାଜିକ ଚେତନାର କେନ୍ଦ୍ରବିନ୍ଦୁ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ପରିଚାଳନା ସମିତି ସଭାପତି ବିଜୟ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ପରିଚାଳନା ସମିତି ସମ୍ପାଦକ ଇନ୍ଦ୍ରମଣୀ ମହାନ୍ତ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ।
ବିଦ୍ୟାଳୟର କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନାଚାର୍ଯ୍ୟ କ୍ଷମାନନ୍ଦ ମହାନ୍ତ ପ୍ରାରମ୍ଭ ରେ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିରିଷ୍ଠ ଆଚାର୍ଯ୍ୟ ରଘୁନାଥ ମହାନ୍ତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଚାର୍ଯ୍ୟା ଶୁଭଶ୍ରୀ ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଶିଶୁ ମାନଙ୍କ ଦ୍ୱାରା ନୃତ୍ଯ ,ସଙ୍ଗୀତ ଓ ମିଥିଳା ଯାତ୍ରା ନାମକ ଏକ ଗୀତିନାଟ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ନୃତ୍ୟଗୁରୁ କବିତା ମହାରଣା ଓ ସଂଙ୍ଗୀତା ମହାନ୍ତ ଏବଂ ସାଂସ୍କୃତିକ ପ୍ରମୁଖ ଆଚାର୍ଯ୍ୟା ମାଳତୀ ମହାନ୍ତ ଶିଶୁଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
