ତାତିଲେ ମହିଳା: ମଦ ବିକ୍ରି ବନ୍ଦ ଦାବିରେ ଅବକାରୀ ଥାନା ଘେରାଓ



କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପାଟଣା ବ୍ଲକ ଅଞ୍ଚଳରେ ବ୍ୟାପକ ଚୋରାମଦ ବିକ୍ରି ଦିନକୁ ଦିନ ବଢି ଚାଲିଛି। ଏ ନେଇ ଗୁରୁବାର ସ୍ଥାନୀୟ ଆଖପାଖ ଅଞ୍ଚଳର ମହିଳା ମାନେ ତାତିଛନ୍ତି। ଏହି ଚୋରାମଦ ସଅଁରାପଶି, ମାଧପୁର ବଡ଼ପାଟଣା, ଟାଇଁସିରା, ଟାଙ୍ଗରପଡା ଓ ବାଦୁଡିଘେରା ଆଦି ଆଖପାଖ ଗ୍ରାମରେ ବ୍ୟାପକ ଭାବେ ମହୁଲି ମଦ ବିକ୍ରି ଯୋଗୁଁ ପରିବାର ମାନଙ୍କରେ ମହିଳା ମାନଙ୍କ ଅବସ୍ଥା ଶୋଚନୀୟ ହେଲାଣି।

    ଘରର ପୁରୁଷ ଓ ଯୁବକ ମାନେ ଏହି ମଦ ପିଇ ନିଜ ରୋଜଗାର ସମସ୍ତ ପଇସା ଉଡାଉ ଥିବା ବେଳେ ପରିବାରକୁ ଅଣଦେଖା କରିବାରୁ ଘରେ ଯାବତୀୟ ସମସ୍ୟା ହେବା ସହିତ ଝଗଡା ହେଉଛି। ଏହା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଗୁରୁବାର ବହୁ ମହିଳା ପାଟଣା ଅବକାରୀ ଥାନା ଘେରାଉ କରି ଅବକାରୀ ଅଧିକାରୀଙ୍କୁ ବିଆଇନ ଦେଶୀ ମଦ ବନ୍ଦ ଦାବିରେ ଏକ ଦାବିପତ୍ର ଦେଇଛନ୍ତି ।

   ଆଖପାଖ ସମସ୍ତ ଗ୍ରାମରେ ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗ ରୋକ ନଲଗାଇଲେ ଅବକାରୀ ଥାନା ଘେରାଉ କରାଯିବା ସହ ଏଠାରେ ପାଟଣା-କେନ୍ଦେଇପଶି ରାସ୍ତା ଅବରୋଧ କରିବା ସହ ଅହରାତ୍ର ଧାରଣା ଦିଆଯିବ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *