ପ୍ରକାଶ ପାଇଲା ମେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶା ସରକାରଙ୍କ ଜନ ଅଭିଯୋଗ ଏବଂ ପେନସନ ପ୍ରଶାସନ ବିଭାଗ ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦୁଝର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ମେ ମାସ ନିମନ୍ତେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ବିଭିନ୍ନ ବ୍ଲକରେ ଏହି ଶୁଣାଣି ଅନୁଷ୍ଠିତ ହେବ।

      ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୪ ତାରିଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାରହଲଠାରେ, ୧୧ ତାରିଖ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଯୋଡ଼ା, ୧୮ ତାରିଖ ପଞ୍ଚାୟତ ସମିତି କାର୍ଯ୍ୟାଳୟ ତେଲକୋଇ, ୨୫ ତାରିଖ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସାହାରପଡା ଠାରେ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ । ଏହି ସମସ୍ତ ଶୁଣାଣି ସକାଳ ୮ ଘଟିକାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ ଘଟିକା ପର୍ଯ୍ୟନ୍ତ ଚାଲିବ।

     ଶିବିର ଗୁଡ଼ିକରେ ଆବେଦନକାରୀ, ବିଶେଷକରି ଅସୁସ୍ଥ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ବସିବା ଓ ପାନୀୟଜଳର ସମସ୍ତ ବ୍ୟବସ୍ଥା କରାଯିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗଗୁଡ଼ିକୁ ତୁରନ୍ତ ଜନ ଶୁଣାଣି ପୋର୍ଟାଲରେ ପଞ୍ଜିକରଣ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ନିୟୋଜିତ ରହିବେ। ଅଞ୍ଚଳବାସୀ ଏହି ସୁଯୋଗର ସଦୁପଯୋଗ କରି ନିଜ ନିଜର ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *