କୁଣ୍ଡାପିଠାରେ ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ସମ୍ମେଳନ



କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଘଟଗାଁ ବ୍ଲକ କୁଣ୍ଡାପିଠା ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀରେ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ସାପ୍ତାହିକ ଭାଗବତ ପାରାୟଣର ଶେଷ ଦିବସରେ କେନ୍ଦୁଝର ଭାଗବତ ଟୁଙ୍ଗୀ ସଭାପତି ପଦ୍ମନାଭ ପଲେଇଙ୍କ ପୌରୋହିତ୍ୟରେ କେନ୍ଦୁଝର ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ଓ ବନ୍ଧୁ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି।

  ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ମୁଖ୍ୟବକ୍ତା ଭାବେ ଯାଜପୁର ଜିଲ୍ଲା କିଆପଡା ଭାଗବତ ପ୍ରବଚକ ପଣ୍ଡିତ ଆଦିକନ୍ଦ ମହାକୁଡ଼, ସମ୍ମାନିତ ଅତିଥି ରୂପେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ଜଗନ୍ନାଥ ଜେନା, ଘଟଗାଁ ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଜୟଦେବ ପଣ୍ଡା, ସମ୍ମାନିତ ବକ୍ତା ଭାବେ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଘଟଗାଁର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଭାଗବତ ପଠନ, ଶ୍ରବଣ, ପୂଜନ ଓ ସତସଙ୍ଗର ଉପାଦେୟ ସମ୍ପର୍କରେ ଏବଂ ଭାଗବତ ମାହାତ୍ମ୍ୟ ଉପରେ ଆଲୋଚନା କରିଥିଲେ।

    ପ୍ରାତଃ ସମୟରେ ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଗୁରୁ ପୂଜନ ଓ ଗୋ ମାତୃକା ପୂଜନ ପରେ ମଲ୍ଲୀପଶି ଜଗନ୍ନାଥ ମନ୍ଦିର ଭାଗବତ ଟୁଙ୍ଗୀ, କୁଣ୍ଡାପିଠା ନୂଆସାହି ସଂକୀର୍ତ୍ତନ ମଣ୍ଡଳୀ, ସାନ୍ତରାପୁର ଓ ଖୁଣ୍ଟାପଡା ଭାଗବତ ଟୁଙ୍ଗୀ ଦ୍ବାରା ଭଜନ କୀର୍ତ୍ତନ କରାଯାଇଥିଲା । ସଦର ବ୍ଲକ ନେଲୁଙ୍ଗ ପଞ୍ଚାୟତ ସରପଞ୍ଚ ଚନ୍ଦ୍ରମଣି ସିଂ ମଧ୍ୟ ଭଜନ ପରିବେଷଣ କରିଥିଲେ । ରାଜେନ୍ଦ୍ର କୁମାର ପାତ୍ର ସହଯୋଗୀ ମାନଙ୍କ ସହ ମଧ୍ୟ ଭଜନ ପରିବେଷଣ କରିଥିଲେ।

    ପ୍ରସାଦ ସେବନ ପରେ ପଣ୍ଡିତ ଅଭିଜିତ ପଣ୍ଡା ଓ ରବିନାରାୟଣ ପାଣିଙ୍କ ପୌରୋହିତ୍ୟରେ ସଙ୍କଳ୍ପଧାରୀ ପଦ୍ମନାଭ ପଲେଇ ଓ ଧର୍ମପତ୍ନୀ ଯଶୋଦା ପଲେଇ ଏବଂ ନକୁଳ ଚନ୍ଦ୍ର ପଲେଇ ଓ ଧର୍ମପତ୍ନୀ ନିରୁପମା କବିଙ୍କ ଦ୍ବାରା ପୂର୍ଣ୍ଣାହୁତି କାର୍ଯ୍ଯ ସମାପନ କରାଯାଇଥିଲା। ଏହି ଅବସରରେ ଭକ୍ତ ତଥା ବନ୍ଧୁ ମାନଙ୍କୁ ପ୍ରସାଦ ସହ ଶ୍ରୀମଦ୍ଭାଗବଦ୍ ଗୀତା ପୁସ୍ତକ ବଣ୍ଟନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମକୁ ବାବୁଲାଲ ପଲେଇ ପରିଚାଳନା କରିଥିବାବେଳେ ନକୁଳ ଚନ୍ଦ୍ର ପଲେଇ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଜୟ କୁମାର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।

    ଭାଗବତ ଟୁଙ୍ଗୀ ସଦସ୍ୟ ନରହରି ପଇଦା, ଶିବପ୍ରସାଦ ମହାକୁଡ଼, ପ୍ରଫୁଲ୍ଲ କୁମାର ପଲେଇ, ଅର୍ଜୁନ ଚରଣ ପଲେଇ, ରାଜେନ୍ଦ୍ର ପଲେଇ, ଲିଜା ପଲେଇ, ଭଜକୃଷ୍ଣ ପଇଦା, କଳାକର ପଲେଇ, ରଙ୍କନିଧି ପଇଦା, ବିଶ୍ବନାଥ ପଇଦା, ସାଧୁ ଚରଣ ନାଏକ, ରମେଶ ପ୍ରଧାନ, ଗୁରୁ ଚରଣ ପଲେଇ, ଗୌତମ ମହାକୁଡ଼, ଭରତ ଚନ୍ଦ୍ର ପଲେଇ, ନରେନ୍ଦ୍ର କୁମାର ପଲେଇ, ପ୍ରଦୀପ କୁମାର ପଲେଇ, ଅଯୋଧ୍ୟା ପଲେଇ, ଯତୀନ୍ଦ୍ର କୁମାର ପଲେଇ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *