କେନ୍ଦୁଝର ଜିଲ୍ଲା କ୍ୟୋରୁଗି ଓ ପୁମ୍ସେ ତାଇକ୍ୱାଣ୍ଡୋ ଚ୍ୟାମ୍ପିଅନସିପ୍–୨୦୨୬ ଅନୁଷ୍ଠିତ


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଗୁଜରାଟୀ ସମାଜରେ ପଞ୍ଚମ କେନ୍ଦୁଝର ଜିଲ୍ଲା କ୍ୟୋରୁଗି ଓ ପୁମ୍ସେ ତାଇକ୍ୱାଣ୍ଡୋ ଚ୍ୟାମ୍ପିଅନସିପ୍–୨୦୨୬ ଏଲିଟ୍ ତାଇକ୍ୱାଣ୍ଡୋ ଆକାଡେମୀଙ୍କ ଆୟୋଜନରେ ଏବଂ ଓଡିଶା ତାଇକ୍ୱାଣ୍ଡୋ ଆସୋସିଏସନ ପୁରୀର ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।

    ଏହି ଅବସରରେ ମୁଖ୍ୟଅତିଥି ଭାବେ ମନମୋହନ ଭଞ୍ଜ, ସାଧାରଣ ସମ୍ପାଦକ ଓଡିଶା ତାଇକ୍ୱାଣ୍ଡୋ ସଂଘ, ପୁରୀ ୬ଷ୍ଠ ଡାନ୍ ବ୍ଲାକ୍ ବେଲ୍ଟ, ଇଣ୍ଟରନ୍ୟାସନାଲ ତାଇକ୍ୱାଣ୍ଡୋ ମାଷ୍ଟର ଯୋଗଦେଇ କ୍ରୀଡ଼ାଳୁମାନଙ୍କୁ ଉଦବୋଧନ ଅବସରରେ ତାଙ୍କୁ ଆଗାମୀ ଦିନରେ ଉଚ୍ଚସ୍ତରରେ ସଫଳତା ଲାଭ କରିବାକୁ ପ୍ରେରଣା ଦେଇଥିଲେ। ପ୍ରତିଯୋଗିତାରେ କ୍ୟୋରୁଗି ଓ ପୁମ୍ସେ ବିଭାଗରେ ସୁପର ସବ୍‌-ଜୁନିଅର, ସବ୍‌-ଜୁନିଅର, କ୍ୟାଡେଟ୍‌, ଜୁନିଅର ଓ ସିନିଅର ବୟସ୍‌ ବର୍ଗରେ ବାଳକ ଓ ବାଳିକା ଖେଳାଳିମାନେ ଅଂଶଗ୍ରହଣ କରିଥିଲେ।

   ମୋଟ ୩ଟି ଆକାଡେମୀରୁ ପ୍ରାୟ ୧୦୦ ଜଣ କ୍ୟୋରୁଗି ଏବଂ ୧୫୫ ଜଣ ପୁମ୍ସେ ଖେଳାଳି ଅଂଶଗ୍ରହଣ କରି ଉତ୍କୃଷ୍ଟ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାକୁ ଜାତୀୟ ରେଫେରି କୁମାରୀ ଦେବୀରୂପା ଦିକ୍ଷିତ ସଫଳ ଭାବେ ପରିଚାଳନା କରିଥିଲେ। ଫଳାଫଳ ଅନୁଯାୟୀ ଏଲିଟ୍ ତାଇକ୍ୱାଣ୍ଡୋ ଆକାଡେମୀ ସାର୍ବିକ ଚ୍ୟାମ୍ପିଅନ ହୋଇଥିବାବେଳେ ପ୍ୟାସନ୍ ତାଇକ୍ୱାଣ୍ଡୋ ଆକାଡେମୀ ପ୍ରଥମ ରନର୍ସଅପ୍ ଓ କେ ୱାରିଅର୍ସ ତାଇକ୍ୱାଣ୍ଡୋ ଆକାଡେମୀ ଦ୍ୱିତୀୟ ରନର୍ସଅପ୍ ହୋଇଥିଲେ।

   ଶେଷରେ ବିଜେତା ଓ ରନର୍ସଅପ୍ ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆୟୋଜକ ପକ୍ଷରୁ କୁହାଯାଇଥିଲା ଯେ, ଏପରି ପ୍ରତିଯୋଗିତା ଜିଲ୍ଲାରେ ତାଇକ୍ୱାଣ୍ଡୋ କ୍ରୀଡ଼ାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

Leave a Reply

Your email address will not be published. Required fields are marked *