କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ହାଟଡିହି ବ୍ଲକ ମରୈଗାଁ ପଡିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦରଦାମ ବୃଦ୍ଧି ଓ ଆଇନଶୃଙ୍ଖଳା ଅବନତିକୁ ନେଇ ଏହି ସମାବେଶ ଆୟୋଜିତ ହୋଇଥିଲା।
ପୂର୍ବତନ ପିସିସି ସଭାପତି ଜୟଦେବ ଯେନା, ଜିଲ୍ଲା ସଭାପତି ଇଂ ମନୋଜ ଯେନା ଓ ବ୍ଲକ ସଭାପତି ରମେଶ ବାରିକଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଓ ଯୁବକ ଯୋଗ ଦେଇଥିଲେ। ଜନସମାବେଶରେ ନେତାମାନେ ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଓ ଖଟିଖିଆ ଶ୍ରମିକ ଭୋଗୁଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ପୂର୍ବତନ ପିସିସି ସଭାପତି ଶ୍ରୀ ଯେନା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ କଟୁ ଆଲୋଚନା କରିଥିବାବେଳେ, ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିଲେ ।
ଜିଲ୍ଲା ସଭାପତି ଶ୍ରୀ ଯେନାଙ୍କ ସମେତ କଂଗ୍ରେସ ନେତାମାନେ ଶାନ୍ତିପୂର୍ଣ୍ଣ ଭାବେ ଆନନ୍ଦପୁର ଏସଡିପିଓ କମଳ ପଣ୍ଡା ଓ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।
