କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : କେନ୍ଦୁଝର ଜିଲ୍ଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ଗୃହୀତ ଭେଲିଡେସନ ଆକ୍ଟର ପ୍ରତ୍ୟାହାର ନିମନ୍ତେ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ଏହି ଆକ୍ଟ ପେନସନଭୋଗୀଙ୍କ ମଉଳିକ ଅଧିକାରକୁ କ୍ଷୂର୍ଣ୍ଣ କରୁଛି ବୋଲି ସଂଘର ସଭାପତି ସଞ୍ଜୟ ବସନ୍ତ ଚକ୍ର ଓ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି । ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରି ସାରା ଭାରତବର୍ଷର ପେନସନଧାରୀ ଏହି ସ୍ମାରକପତ୍ର ପ୍ରଦାନ କରିବା ସହିତ ଏହି ଆକ୍ଟ ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଘ ସମ୍ପାଦକ ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି ।
ସଂଘ ସଭାପତି ଶ୍ରୀ ଚକ୍ର ଓ ସମ୍ପାଦକ ଶ୍ରୀ ପଣ୍ଡାଙ୍କ ସମେତ ଜିଲ୍ଲା ସଂଯୋଜକ କ୍ଷୀରୋଦ କୁମାର ରାଉତ, ସ୍ୱପ୍ନେଶ୍ୱର ସାହୁ, ଭିକାରି ଚରଣ ସାହୁ, କାଶୀନାଥ ମହାନ୍ତ, ଗୌରହରି ଗିରି, ଦିଗାମ୍ବର ଗିରି, ଉପେନ୍ଦ୍ର ମହାନ୍ତ, ଶ୍ରୀଚରଣ ରାଉତ, ନରେନ୍ଦ୍ର କୁମାର ପ୍ରଧାନ, ନୀଳମଣି ସାମଲ, ଯୋଗେନ୍ଦ୍ର ସେଠୀ, ଦ୍ୱିତୀକୃଷ୍ଣ ବେହେରା, ରମାକାନ୍ତ ପ୍ରଧାନ, ଦୋଳଗୋବିନ୍ଦ ପ୍ରଧାନ, ସୁଶୀଲ କୁମାର ନାୟକ, ବଳରାମ ରାଉତ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍କାରକପତ୍ର ପ୍ରଦାନ କରିଛନ୍ତି ।
